ଦାରିଙ୍ଗବାଡି ଅଞ୍ଚଳରେ ଭୂ-ସ୍ଖଳନ ପାଇଁ ପୂର୍ବ ସତର୍କତା

Spread the love

କନ୍ଧମାଳ : ଆଗକୁ ପ୍ରବଳ ବର୍ଷା ସମ୍ଭାବନା ନେଇ ଜିଲ୍ଲା ପ୍ରଶାସନର ସତର୍କତା । ଆସନ୍ତା ୫ ଦିନ ଯାଏ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇବା ସହିତ ପାହାଡ଼ିଆ ଅଞ୍ଚଳରେ ଭୂ-ସ୍ଖଳନ ହେବା ନେଇ ସତର୍କତା ଜାରି କରିଛନ୍ତି । ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବ୍ଲକ ପ୍ରଶାସନ ତରଫରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଗତବର୍ଷ ଭୂ-ସ୍ଖଳନ ହୋଇଥିବା ତାମାଙ୍ଗି- କୁମ୍ଭାରୀପଦର ଭୂ-ସ୍ଖଳନ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।

ସୂଚନା ପ୍ରକାରେ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ପଞ୍ଚାୟତର କୁମ୍ଭାରୀପଦର ଗାଁ ମୁଣ୍ଡ ପାହାଡ଼ରେ ପ୍ରତିବର୍ଷ ଲଗାଣ ବର୍ଷାରେ ଭୂ-ସ୍ଖଳନ ଦେଖାଦେଉଥିବା ବିଷୟ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ଗ୍ରାମବାସୀ ମାନେ ଭୟଭୀତ ହୋଇ ବ୍ଲକ୍ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଖବର ପ୍ରସାରଣ ହେବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଭୂତତ୍ୱବିତ୍ ମାନେ ଆସି ଉକ୍ତ ଅଞ୍ଚଳର ମାଟି ନେଇ ପରୀକ୍ଷା ନିରୀକ୍ଷା କରିବା ପରେ ସେଠାକାର ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଥଇଥାନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଗୃହ ନିର୍ମାଣ କାର୍ଯ୍ୟ ସରି ନଥିବାରୁ ଗ୍ରାମବାସୀ ମାନେ ନିଜ ନିଜ ଗୃହରେ ରହୁଛନ୍ତି । ଖରାଦିନେ ଭୂ-ସ୍ଖଳନର ଆଶଙ୍କା ନଥିବାରୁ ସ୍ଥାନୀୟବାସୀ ପୁଣି ଥରେ ସେହି ପାହାଡ଼କୁ ଯିବା ଆସିବା କରୁଥିଲେ । ତେବେ ବର୍ଷା ଦିନେ ଭୂ-ସ୍ଖଳନ ଆଶଙ୍କା ଥିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରି ଉକ୍ତ ଅଞ୍ଚଳକୁ କେହି ପ୍ରବେଶ ନ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ବୁଧବାର ଦିନ ସ୍ଥାନୀୟ ବିଡିଓ ଗଦାଧର ପାତ୍ର ଓ ତହସିଲଦାର ଶରତ ଶବରଙ୍କ ସମେତ ବ୍ଲକର ପ୍ରଶାସନିକ ଅଧିକାରୀ ମାନେ ଉକ୍ତ ଗ୍ରାମରେ ପହଞ୍ଚି ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରି ଲୋକଙ୍କୁ ସଚେତନ କରିଥିଲେ ଏବଂ ଭୂ-ସ୍ଖଳନ ଅଞ୍ଚଳର ପ୍ରବେଶ ପଥକୁ ସିଲ କରିବା ସହ ନିଷିଦ୍ଧାଚଂଳ ଘୋଷଣା କରିଥିବା ନେଇ ବିଡିଓ ପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *