ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ,ଯୁବକ ଗୁରୁତର

Spread the love

କନ୍ଧମାଳ : ଡାକପାଲା ଅଞ୍ଚଳରେ ଗୁଳିକାଣ୍ଡ । ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ଜଣକ ହେଲେ ଡାକ ପାଲ । ଅଞ୍ଚଳର ଅଜିତ ପ୍ରଧାନ । ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଅଜିତଙ୍କ ଘର ନିକଟରେ ହିଁ ତାଙ୍କୁ ଗୁଳି ମରାଯାଇଛି । ଗୁଳି ମାରି ଦୁର୍ବୃତ୍ତ ଫେରାର ହୋଇଯାଇଛି । ଅଜିତଙ୍କ ଛାତିରେ ଗୁଳି ବାଜିଛି । ଅଜିତକୁ ପ୍ରଥମେ ଫୁଲବାଣୀ ଜିଲ୍ଲା ମୁଖ୍ୟ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଭୋରରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ତେବେ କିଏ କାହିଁକି ତାଙ୍କୁ ଗୁଳି ମାରିଲା ତାହା ଜଣା ପଡ଼ିନାହିଁ । ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *