କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ସୁଡ୍ରା ପଞ୍ଚାୟତ କାମ୍ବାରୀକିଆ ଯିବା ରାସ୍ତାରେ ପୁଣି ଥରେ ଲାଗିଛି, ମାଓ ପୋଷ୍ଟର । କେକେ ବିଏ ନ ଡିଭିଜନାଲ କମିଟି ସିପିଆଇ ମାଓବାଦୀ ତରଫରୁ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ପୋଲିସର ଦମନ ଓ ମିଥ୍ୟା ଏନକାଉଣ୍ଟର ବିରୋଧରେ କନ୍ଧମାଳ ଜିଲ୍ଲା କଳାହାଣ୍ଡି ବୌଦ୍ଧ ଓ ନୟାଗଡ଼ ଜିଲ୍ଲାକୁ ୧୨ ଘଣ୍ଟିଆ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଥିବା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି । ଏହି ପୋଷ୍ଟର ଦେଖିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ର ବାତାବରଣ ଖେଳିଯାଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now