Kandhamal

ଫୁଲବାଣୀ ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

କନ୍ଧମାଳ : ଫୁଲବାଣୀ ଘରୋଇ ବସ ମାଲିକସଂଘ କାର୍ଯ୍ୟାଳୟ ଠାରେ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସର୍ବ ସମ୍ମତିକ୍ରମେ ପ୍ରଶାନ୍ତ କୁମାର ପାତ୍ର ସଭାପତି ଭାବେ ଓ ଅକ୍ଷୟ କୁମାର ପଟ୍ଟନାୟକ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ସର୍ବ ସମ୍ମତିକ୍ରମୈ ଅଶୋକ କୁମାର ପାତ୍ର ଓ ବିନୋଦ ଚନ୍ଦ୍ର ସାହୁ ଉପଦେଷ୍ଟା ଭାବେ ମନୋନୀତ ହୋଇଛନ୍ତି। ଉପସଭାପତି ଭାବେ ରତିକାନ୍ତ ସାହୁ, ସହ ସମ୍ପାଦକ ଭାବେ ରବୀନ୍ଦ୍ର କୁମାର ସାହୁ ଓ କୋଷାଧ୍ୟକ୍ଷ ଭାବେ ମାନସ ରଞ୍ଜନ ପ୍ରଧାନ ମନୋନୀତ ହୋଇଛନ୍ତି। ଶେଷରେ ଏକ ସାତ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ସେମାନେ ହେଲେ ଶଶିଭୂଷଣ ସାହୁ, ଦେବଦତ୍ତ ବେହେରା, ଆଲୋକ ବେହେରା, ମଇନୁଦିନ ଖୋଜ, ଜଗନ୍ନାଥ ମିଶ୍ର, ଜିତେନ୍ଦ୍ର ଦାସ ଓ ଦେବେନ୍ଦ୍ର ପ୍ରଧାନ।

ଗତ କୋଡିଏ ବର୍ଷରୁ ଅଧିକ ସମୟ ଧରି ପ୍ରଶାନ୍ତ କୁମାର ପାତ୍ର ଓ ଅକ୍ଷୟ କୁମାର ପଟ୍ଟନାୟକ ସଭାପତି ସମ୍ପାଦକ ଦାୟିତ୍ଵ ସୁଚାରୁ ରୂପେ ତୁଲାଇବା ସହ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରି ଆସୁଛନ୍ତି।

Related Articles

Leave a Reply

Your email address will not be published.

Back to top button