ଫିରିଙ୍ଗିଆ ପୋଲିସ କୁ ସଫଳତା, ୫ ବାଇକ ସହ ୧୦୫ କିଲୋ ଗଞ୍ଜେଇ ଜବତ ଦୁଇ ଆନ୍ତ ଜିଲ୍ଲା ମାଫିଆ ଗିରଫ, ତିନି ଫେରାର

Spread the love

କନ୍ଧମାଳ : ଫିରିଙ୍ଗିଆ ପୋଲିସ ବର୍ତମାନ ମଧ୍ୟ୍ୟ ଅପରେସନ ନୀଳ ଜହର ଅନ୍ତର୍ଗତ, ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ଉପରେ ରୋକ ଲଗେଇବା ପାଇଁ ବିଭିନ୍ନ ଜାଗାରେ ଚଢ଼ାଉ କରି କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ କରି ବହୁ ପେସାଦାର ଗଞ୍ଜେଇ ମାଫିଆ ମାନଙ୍କୁ ଗିରଫ କରି ଆସୁଛି । ପୁଣି ଫିରିଙ୍ଗିଆ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗଞ୍ଜେଇ ଚାଲାଣ ଚାଲିଥିବା ବେଳେ ପାଞ୍ଚଟି ବିଭିନ୍ନ କମ୍ପାନୀର ବାଇକ ସହ ଦୁଇ ଜଣ ଆନ୍ତ ଜିଲ୍ଲା ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୧୦୫ କିଲୋ ଗଞ୍ଜେଇ ମଧ୍ୟ୍ୟ ଜବତ କରିଛି ଫିରିଙ୍ଗିଆ ପୋଲିସ । ତେବେ ପୋଲିସ ର ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ଫିରିଙ୍ଗିଆ ଅଞ୍ଚଳରୁ ରାଜଧାନୀ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ହେଉଥିବା ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବର ପାଇ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନିର୍ଦେଶ କ୍ରମେ ଥାନାର ଅତିରିକ୍ତ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ଙ୍କ ସହ ଏକ ସ୍ୱତନ୍ତ୍ର ଟିମ ଫିରିଙ୍ଗିଆ ଥାନା ନୂଆପଦର ଶିବ ମନ୍ଦିର ନିକଟରେ ଜଗି ରହି ଫିଲ୍ମ ଷ୍ଟାଇଲରେ ମାଫିଆ ମନେ ଗଞ୍ଜେଇ ନେଇ ରାସ୍ତାରେ ଆସୁଥିବା ବେଳେ କାବୁ କରି ନେଇଥିଲେ । ପୋଲିସର ଧରପଗଡ଼ ମଧ୍ୟରେ ତିନିଜଣ ମାଫିଆ ତିନୋଟି ବାଇକକୁ ଗଞ୍ଜେଇ ସହ ଛାଡି ଦେଇ ଅନ୍ଧାରର ସୁଯୋଗ ନେଇ ପାଖ ଜଙ୍ଗଲ ଭିତରକୁ ଦଉଡି ଫେରାର ହୋଇ ଯାଇଥିବା ବେଳେ ପୋଲିସ ଗଞ୍ଜେଇ ସହ ପାଞ୍ଚଟି ବାଇକ ଓ ଦୁଇ ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିବାରେ ସଫଳ ହୋଇଥିଲା । ତେବେ ଗିରଫ ମାଫିଆ ମାନଙ୍କ ମଧ୍ୟରେ ଜଣେ ନୟାଗଡ଼ ଜିଲ୍ଲା ଗଣିଆ ଥାନା ବନକାଝରି ଗାଁର ଚରଣ ନାଏକ ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟଜଣେ ବୌଦ୍ଧ ଜିଲ୍ଲା ବୌଦ୍ଧ ଥାନା ଜଟାସିଂଘା ଗାଁ ର ସହଦ୍ୱେ ଦୀପ ବୋଲି ଜଣା ପଡିଛି । ଅନ୍ୟପଟେ ଗିରଫ ମାଫିଆ ମନେ ଜଣେ ଜଣେ ପେସାଦାର ଗଞ୍ଜେଇ ମାଫିଆ ବୋଲି ଜଣା ପଡ଼ିଥିବା ବେଳେ ଏମାନଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ବିଭିନ୍ନ ଅପରାଧିକ ମାମଲା ମଧ୍ୟ୍ୟ ରହିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୯୫/୨୦୨୩ ରେ ଏକ ମାମଲା ରୁଜୁ କରାଯାଇ ଗିରଫ ମାଫିଆ ମାନଙ୍କ ସହ ଜବତ ଗଞ୍ଜେଇ ଓ ବାଇକ ଗୁଡିକୁ କୋର୍ଟ ଚାଲାଣ କରାଯାଇ ଥିବା ବେଳେ ଫେରାର ମାଫିଆ ମାନଙ୍କର ପରିଚୟ ମିଳି ସାରିଛି ଓ ସେମାଙ୍କୁ ମଧ୍ୟ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ତପନ କୁମାର ନାହାକ ।

Leave a Reply

Your email address will not be published. Required fields are marked *