କନ୍ଧମାଳ: କନ୍ଧମାଳ ଜିଲ୍ଲା କ. ନୂଆଗାଁ ବିଡ଼ିଓ ତଥା ଅତିରିକ୍ତ ଦାଇତ୍ୱରେ ଥିବା ତହସିଲଦାର ଜୟଦେବ ଦାଶଙ୍କ ମହାନତା ଦେଖିବାକୁ ମିଳିଛି । ବିଡ଼ିଓ ଶ୍ରୀ ଦାଶ ଦୁଇ ଦୁଇଟା ଦାଇତ୍ୱରେ ରହି ସମସ୍ତ ବ୍ୟସ୍ତତା ମଧ୍ୟରେ ନିଜେ ଗାଁକୁ ଯାଇ ଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ଘରେ ଦେଇ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚା ଯୋର ଧରିଛି ।
ସୂଚନାଯୋଗ୍ୟ, କ. ନୂଆଗାଁ ବ୍ଲକ ଅନ୍ତର୍ଗତ ବାଲିଗେଡା ଗ୍ରାମର ଲତିକା ପ୍ରଧାନ ନାମକ ଜଣେ ଛାତ୍ରୀ ତାମିଲନାଡୁରେ ଉଚ୍ଚ ଶିକ୍ଷା ସ୍ନାତକୋତର ପଢିବା ପାଇଁ ଜାତିଗତ ପ୍ରମାଣପତ୍ର ନିମନ୍ତେ ତହସିଲଦାର ଦାୟୀତ୍ୱରେ ଥିବା ବିଡ଼ିଓଙ୍କ ନିକଟରେ ଆବେଦନ କରିଥିଲେ । ଆଉ ଆଜି ହିଁ ଅନ ଲାଇନ ମାଧ୍ୟମରେ ଆବେଦନ କରିବାର ଶେଷ ତାରିଖ ଥିଲା । ଆଉ ଲତିକାଙ୍କ ବାପା ଏ ନେଇ ବିଡ଼ିଓ ତଥା ତହସିଲଦାର ଜୟଦେବ ଦାଶଙ୍କୁ ଜଣାଇଥିଲେ । ଆଉ ବିଡ଼ିଓ ଛାତ୍ରୀଙ୍କ ସମସ୍ୟା ବୁଝିପାରି ଆବେଦନ କରିବାର ଅଧଘଣ୍ଟା ମଧ୍ୟରେ ଜାତିଗତ ପ୍ରମାଣପତ୍ର ନିଜେ ଧରି ଲତିକାଙ୍କ ଗ୍ରାମ ବାଲିଗେଡା ଯାଇ ତାଙ୍କୁ ଘରେ ପ୍ରଦାନ କରିଥିଲେ । ବିଡ଼ିଓଙ୍କ ଏଭଳି ମାନବିକତା ଓ ତୁରନ୍ତ ପଦକ୍ଷେପକୁ ଛାତ୍ରୀ ଲତିକା ପ୍ରଧାନଙ୍କ ସମେତ ଗ୍ରାମବାସୀ ଭୂୟସୀ ପ୍ରଶଂସା କରିବା ସହ ଅଫିସର ହେବ ତ ଏମିତି ବୋଲି କହିଛନ୍ତି । ଜାତିଗତ ପ୍ରମାଣପତ୍ର ପାଇବା ପରେ ଲତିକା ପିଜି ପଢିବା ପାଇଁ ଅନଲାଇନରେ ଆବେଦନ କରିଥବା କହିଛନ୍ତି ।
ସେହିପରି ବିଡ଼ିଓ ଶ୍ରୀ ଦାଶ ଦାୟୀତ୍ୱ ଗ୍ରହଣ କରିବା ପରଠାରୁ ବ୍ଲକ ଅଂଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯେପରି ଉଚ୍ଚ ମାନର ହେବା ସହ ନିର୍ଧାରିତ ସମୟ ସୀମା ମଧ୍ୟରେ ସରିବ ଆଉ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସୁଫଳ ଯେପରି ଗ୍ରାମାଚଂଳର ଗରିବ ଲୋକେ ପାଇବେ ସେଥିପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି । ଫଳରେ ଅଂଚଳରେ ଉନ୍ନୟନମୂଳକ କାର୍ଯ୍ୟ ଜୋରସୋରରେ ଚାଲିଥିବା ଜଣାପଡ଼ିଛି । ତେବେ ବିଡ଼ିଓ ଶ୍ରୀ ଦାଶଙ୍କ ଏଭଳି କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛି ନିଶ୍ଚୟ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now