କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ଏକଲବ୍ୟ ବିଦ୍ୟାଳୟ ନିକଟରୁ ଦୁଇ ନବଜାତ ଶିଶୁ ଉଦ୍ଧାର । ଚାଇଲ୍ଡ ଲାଇନ୍ ପକ୍ଷରୁ ସୂଚନା ପାଇ କ.ନୁଆଗାଁ ସିଡିପିଓ ଦ୍ରୌପଦୀ କହଁର ଦୁଇ ନବଜାତ ଶିଶୁଙ୍କୁ ଉଦ୍ଧାର କରି ନୁଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିବା ଜଣାପଡ଼ିଛି । ଉଦ୍ଧାର ଶିଶୁ ଦୁଇଟି ଶିଶୁ କନ୍ୟା ହୋଇଥିବା ବେଳେ ଗୋଟିଏ ଶିଶୁର ଓଜନ ଦୁଇ କିଲୋ ଚାଳିଶି ଗ୍ରାମ୍ ଓ ଅନ୍ୟ ଶିଶୁଟିର ଓଜନ ୧କିଲୋ ୯୭୦ ଗ୍ରାମ୍ ଓଜନର ଥିବା ଜଣାପଡ଼ିଛି । ଉଭୟ ଶିଶୁ କନ୍ୟା ବର୍ତ୍ତମାନ କ.ନୁଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ଥିବା ବେଳେ ଘଟଣା ସମ୍ପର୍କରେ ଚାଇଲ୍ଡ ଲାଇନ୍ ତଦନ୍ତ ଆରମ୍ଭ କରିବା ସହ ଶିଶୁ ଦୁଇଟିକୁ କିଭଳି ସୁରକ୍ଷିତ ରଖାଯାଇପାରିବ ସେନେଇ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ତେବେ କିଏ ଏବଂ କେଉଁ ପରିସ୍ଥିତିରେ ଏହି ନବଜାତ ଶିଶୁ ଦୁଇଟିକୁ ଏଭଳି ଅମାନୁଷିକ ଭାବେ ରାସ୍ତା କଡ଼ରେ ଛାଡ଼ିଦେଇ ଚାଲିଯାଇଛି ବର୍ତ୍ତମାନ ସୁଦ୍ଧା ସେନେଇ କୌଣଶି ବିଷୟ ସ୍ପଷ୍ଟ ହୋଇପାରିନାହିଁ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now