କନ୍ଧମାଳ ଶିଶୁ ଯତ୍ନ ଗୃହରେ ପାଳିତ ହେଲା ବିଶ୍ବ ପରିବେଶ ଦିବସ

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ଗୁଦାରି ଠାରେ ଥିବା ଶିଶୁ ଜତ୍ନ ଗୃହ ସାଦନ ଅନୁଷ୍ଠାନ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ପାଉଲ ରାଜଙ୍କ ସମେତ ଅନ୍ୟ କର୍ମକର୍ତାମାନେ ଯୋଗ ଦେଇଥିଲେ। ଏଥିରେ ଅନୁଷ୍ଠାନର ପରିବେଶ ସୁରକ୍ଷା ପାଇଁ ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ମାନେ ସ୍ବଛଭାରତ କାର୍ଯ୍ୟକ୍ରମ ରେ ସଫେଇ କାର୍ଯ୍ୟ କରିଥିଲେ। ପରେ ଅନୁଷ୍ଠାନ ପରିସରରେ ବିଭିନ୍ନ ଫଳ ଗଛର ଚାରା ରୋପଣ କରାଯାଇଥିଲା। ଛୋଟ ଛୋଟ ପିଲା ମାନେ ମଧ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ପିଲା ବେଳୁ ବୃକ୍ଷ ରୋପଣ କଲେ ଭବିଷ୍ୟତରେ ସେମାନେ ପରିବେଶ ସୁରକ୍ଷା କ୍ଷେତ୍ରରେ ବୃକ୍ଷ ର ଆବଶ୍ୟକତା କୁ ଉପଲବ୍ଧି କରି ପାରିବେ ବୋଲି ଅନୁଷ୍ଠାନର ସମ୍ପାଦକ କହିଛନ୍ତି।

Leave a Reply

Your email address will not be published. Required fields are marked *