ବର୍ଷ ପରେ ବର୍ଷ ବିତିଗଲାଣି ଶିର୍ତୀଗୁଡା ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟ ସରୁନି

Spread the love

କନ୍ଧମାଳ : କେନ୍ଦ୍ର ସରକାର ଉଦାସିନତା ଯୋଗୁଁ, ୩୦ ଫୁଟ୍ ଜମି ପାଇଁ କାର୍ଯ୍ୟକ୍ଷମ ହୋଇପାରୁନାହିଁ ୧୦୨ କୋଟି ଟଙ୍କାର ବିଦ୍ୟୁତ ପ୍ରକଳ୍ପ। ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଉଥିବାରୁ କନ୍ଧମାଳ, କଳାହାଣ୍ଡି ଜିଲାର ୩ ରୁ ୪ ଲକ୍ଷ ଲୋକ ହେଉଛନ୍ତି ପ୍ରଭାବିତ । ଆମେ କହୁଛୁ କନ୍ଧମାଳ ଜିଲ୍ଲା ଶିର୍ତ୍ତିଗୁଡ଼ା ଗ୍ରୀଡ୍ ଷ୍ଟେସନ କଥା । ପ୍ରକଳ୍ପ ସଂଯୋଗୀକରଣ ପାଇଁ ୩୮୨ ଟି ଟାୱାର ନିର୍ମାଣ ହେବାକୁ ଥିବା ବେଳେ ୩୦୨ ଟି ଟାୱାର କାର୍ଯ୍ୟ ଶେଷ ହୋଇଛି ୬୨ଟି ଟାୱାର ପାଇଁ ଫରେଷ୍ଟ କ୍ଲିୟରାନ୍ସ ପାଇଁ ପଠାଇଥିବା ବେଳେ ୧୪ଟି ଟାୱାର ହୋଇ ପାରୁନାହିଁ। ଯେ ହେତୁ ଗ୍ରୀଡ୍ ଟାୱାର କାମ ଶେଷ ହୋଇପାରୁନାହିଁ ।ଏପଟେ ତିନି ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସ୍ବାର୍ଥ ପାଇଁ ସରକାରଙ୍କ ପ୍ରୋଜେକ୍ଟକୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ । ଜଙ୍ଗଲ ବିଭାଗ କ୍ଲିଅରାନ୍ସ ପାଇଁ ୩୦ ଫୁଟ୍ ର ଜମି ଅଧିଗ୍ରହଣ ହୋଇନପାରିବାରୁ ୩ ରୁ ୪ ଲକ୍ଷ ଲୋକ ହେଉଛନ୍ତି ପ୍ରଭାବିତ। କନ୍ଧମାଳ ଜିଲ୍ଲା ଶିର୍ତ୍ତିଗୁଡ଼ା ବିଦ୍ୟୁତ ଗ୍ରୀଡ୍ ପ୍ରକଳ୍ପ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟକ୍ଷମକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ୧୦୨ କୋଟି ଟଙ୍କାବ୍ୟୟ ଅଟକଳ ରେ ନିର୍ମିତ ଗ୍ରୀଡ୍ କାର୍ଯ୍ୟ ସମାପ୍ତ ହେଲେ ବାଲିଗୁଡା, କୋଟଗଡ଼, ତୁମୁଡ଼ିବନ୍ଧ ସହ ଆଖ ପାଖ ଆଞ୍ଚଳର ୩ ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ନିୟମିତ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ସେବା ପାଇପାରିବେ ।

ବର୍ତ୍ତମାନ ବାଲିଗୁଡ଼ା ଉପଖଣ୍ଡରେ ଲୋ ଭୋଲ୍ଟେଜ୍ ସହିତ ବାରମ୍ବାର ବିଦ୍ୟୁତକାଟ ଯୋଗୁଁ ଲୋକମାନଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବିଭିନ୍ନ ସ୍ଥାନରେ ଓଭର ଲୋଡ ଯୋଗୁଁ ବିଦ୍ୟୁତ୍ ତାର ଛିଣ୍ଡୁଛି, ଆଉ ଟ୍ରାନ୍ସଫରମର ମଧ୍ୟ ପୋଡ଼ୁଛି। ଏଣୁ ଶିର୍ତ୍ତିଗୁଡ଼ାରେ ତୁରନ୍ତ ଗ୍ରୀଡ୍ କାର୍ଯ୍ୟ ସାରିବା ପାଇଁ ଗ୍ରାମବାସୀ ଶ୍ୟାମସୁନ୍ଦର ବେହେରା ଦଲେଇ ଓ ବଣେଶ୍ଵର ବେହେରା, ଶଙ୍କର ବେହେରା ଦଳେଇ ( ଗ୍ରାମ ସଭାପତି) ପ୍ରମୁଖ ଦାବୀ କରିଛନ୍ତି।

ଗତ ୨୦୧୬ ମସିହାରେ ବାଲିଗୁଡ଼ାରେ ବିଦ୍ୟୁତ୍ ସମସ୍ୟାକୁ ଦେଖି ରାଜ୍ୟ ସରକାର କନ୍ଧମାଳ ଜିଲ୍ଲା ଶିର୍ତ୍ତିଗୁଡ଼ାରେସବଷ୍ଟେସନ ଗ୍ରୀଡ୍ ନିର୍ମାଣ କରିବା ପାଇଁ ନିଷ୍ପତି ଗ୍ରହଣ କରିଥିଲେ । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଠାରୁ ରାମପୁର ଭାୟା ହୋଇ ୨୨୦ /୩୩ କେଭି କରେଣ୍ଟ ବାଲିଗୁଡ଼ାକୁ ଆସିବା ଲକ୍ଷ ରଖାଯାଇ ପ୍ରଜେକ୍ଟ ଆରମ୍ଭ ହୋଇ ୨୦୧୮ ମାର୍ଚ୍ଚ ମାସରେ ଗ୍ରୀଡ୍ କାର୍ଯ୍ୟକ୍ଷମ ହେବାପାଇଁ ଲକ୍ଷ୍ଯ ରହିଥିଲା । ୬ ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତମାନ ସୁଧା କାର୍ଯ୍ୟକ୍ଷମ ହୋଇପାରୁନି ଗ୍ରୀଡ୍ । ଗ୍ରୀଡ୍ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଟାୱାର କାର୍ଯ୍ୟ ଶେଷ ହୋଇପାରୁନି । କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ଅନୁମୋଦନ ମିଳୁନଥିବାରୁ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ଏହି ବିଦ୍ୟୁତ୍ ପ୍ରକଳ୍ପ । ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଏପଟେ ଯଦି କିଛି ବ୍ୟକ୍ତି ବିଶେଷଙ୍କ ପାଇଁ ବାଲିଗୁଡ଼ାରେ ଗ୍ରିଡ୍ କାର୍ଯ୍ୟ ସରିଥିଲେ ମଧ୍ୟ ସେହିଭଳି ପଡିରହିଛି ଏହି ଗ୍ରିଡ୍ ବୋଲି ଅଂଚଳର ବୁଦ୍ଧିଜୀବୀ ନାରାୟଣ ସାହୁ କହିଛନ୍ତି । ଅଞ୍ଚଳର ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକର ତୁରନ୍ତ ଏଥିପାଇଁ ଧ୍ଯାନ ଦେବା ଜରୁରୀ ହୋଇପଡିଛି । ଯଥାଶୀଘ୍ର ଗ୍ରୀଡ କାର୍ଯ୍ୟକ୍ଷମ ହେଲେ ଜିଲାର ୩ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଉପକୃତ ହୋଇପାରନ୍ତେ।

Leave a Reply

Your email address will not be published. Required fields are marked *