କେନ୍ଦ୍ରାପଡାରେ ନାବାଳକ ଲୁଟେରା ଗ୍ୟାଙ୍ଗ ସକ୍ରିୟ, ଦୁଇ ଭଉଣୀଙ୍କ ଠାରୁ ଛଡାଇ ନେଲେ ସୁନା ଚେନ ଓ ମୋବାଇଲ

କେନ୍ଦ୍ରାପଡା : ଗତ କିଛି ଦିନ ହେଲା କେନ୍ଦ୍ରାପଡା ଜିଲ୍ଲାର ପୌରାଞ୍ଚଳ ଓ ଆଖପାଖ ଅଞ୍ଚଳରେ ଚୋରି ଡକାୟତି ଓ ରାହାଜାନୀ ବଢିବାରେ ଲାଗିଛି । ଅପରାଧିମାନଙ୍କୁ ପୋଲିସ କାବୁ କରି ପାରୁ ନଥିବାରୁ ଏବେ ଏକ ନାବାଳକ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହେବାକୁ ଦେଖିବାକୁ ମିଳିଛି । ଏହି ଗ୍ୟାଙ୍ଗର ଲୁଟେରା ମାନେ ବୁଧବାର ରାତିରେ ନିଜ ବାରଣ୍ଡାରେ ବସିଥିବା ୨ ଭଉଣୀଙ୍କ ଠାରୁ ସୁନା ଚେନ ଓ ମୋବାଇଲ ଛଡାଇ ନେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ରାତି ୮ ଟା ସମୟରେ କେନ୍ଦ୍ରାପଡା ପୌରାଞ୍ଚଳ ଖଡିଅଙ୍ଗ ଗ୍ରାମର ମୁନା ସିଂହଙ୍କ ୨ ଝିଅ ନିଜ ବାରଣ୍ଡାରେ ବସି କଥାବାର୍ତ୍ତା ହେଉଥିବା ସମୟରେ ଏହି ନାବାଳକ ଲୁଟେରା ଗ୍ୟାଙ୍ଗ ସେମାନଙ୍କର ବୟସ ୧୦ ରୁ ୧୨ ବର୍ଷ ମଧ୍ୟରେ ହେବ ଏମାନେ ୨ ଭଉଣୀଙ୍କୁ ଦେଖି ଆଗକୁ ପଳାଇଥିଲେ । ପ୍ରାୟ ୫ ମିନିଟ ପରେ ପୁନର୍ବାର ଫେରିଆସି ବଡ ଭଉଣୀ ଭକ୍ତି ସିଂହଙ୍କ ବେକରୁ ସୁନା ଚେନ ଛଡାଇ ନେଇଥିବା ବେଳେ ସାନ ଭଉଣୀ ରାଜଶ୍ରୀ ସିଂହଙ୍କ ଠାରୁ ଏକ ମୋବାଇଲ ଏକା ସାଙ୍ଗରେ ଛଡାଇ ନେଇ ଫେରାର ହୋଇଯାଇଥିଲେ । ଦୁଇ ଭଉଣୀ ଏମାନଙ୍କର ପିଛା କରି ଦୌଡି ଆସିବାରୁ ଲୁଟେରା ମାନେ ଏସଡିପିଓଙ୍କ ଅଫିସ ସାମନାରେ ଥିବା ଚଉରିବରହମପୁର (ସୁଇପର କଲୋନୀ) ରାସ୍ତା ଦେଇ ଦୌଡି ପଳାଇଥିଲେ । ଏମାନେ ସମସ୍ତେ ଆମବାଡି ଗ୍ରାମର ବୋଲି ଏହି ଦୁଇ ଭଉଣୀ ପ୍ରକାଶ କରିଥିବା ବେଳେ ଖବର ପାଇ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କୁଥିବା ଜଣାପଡିଛି । ତେବେ ଗତ କିଛି ଦିନ ହେବ ଏହି ନାବାଳକ ଲୁଟେରା ଗ୍ୟାଙ୍ଗ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଜଡିତ ହୋଇ ପଥଚାରୀ, ମର୍ନିିଙ୍ଗ ୱାର୍କରେ ଯାଉଥିବା ମହିଳା ଏବଂ ପ୍ରବଳ ଗୀଷ୍ମରେ ସନ୍ଧ୍ୟା ସମୟରେ ନିଜ ଘର ବାରଣ୍ଡାରେ ବସୁଥିବା ମହିଳାମାନଙ୍କୁ ଏମାନେ ଟାର୍ଗେଟ କରି ଲୁଟ କରୁଛନ୍ତି । ତେବେ ଏହି ନାବାଳକମାନଙ୍କୁ ସାଧାରଣ ଲୋକେ ଲୁଟେରା ବୋଲି ଭାବୁ ନଥିବାରୁ ଏମାନେ ଗୋଟି ପରେ ଗୋଟିଏ ଅପରାଧ କରୁଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *