ରେଳ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ମୃତକଙ୍କ ପାଇଁ ୧୦୮ ଦୀପ ଦାନ

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଭାଗବତପୁର ପଞ୍ଚାୟତର ପୋଇଲୋ ଗ୍ରାମ ହନୁମାନ ମନ୍ଦିର ରେ ପଞ୍ଚାୟତ ତରଫରୁ ବାଲେଶ୍ୱର ର ବାହାନଗା ଠାରେ ମର୍ମଦୁନ୍ତ ରେଳ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତିଙ୍କ ପାଇଁ ସମବେଦନା ଜଣାଇବା ସହ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ୧୦୮ ଦୀପ ଦାନ କରିଥିଲେ । ଏଥି ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶନୀ ନାୟକ, ପଞ୍ଚାୟତ ସଭାପତି ଧିରେନ୍ଦ୍ର ସ୍ୱାଇଁ, ବିଜେଡି ଯୁବ ବ୍ଲକ ସଭାପତି ସଂଙ୍ଗମ କେଶରୀ ସାମଲ, ନାଏବ ସରପଞ୍ଚ ସତ୍ୟବାଦୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *