ମିଲ ମାଲିକ ଓ ଭଡା ଗାଡି ମାଲିକଙ୍କ ଭିତରେ ବିବାଦ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ତହସିଲ ଅନ୍ତର୍ଗତ ଲକ୍ଷ୍ମୀନାରାୟଣ ପୁର ପଂଚାୟତ ନୂଆହାଟ ଗ୍ରାମର ଗାଡି ମାଲିକ ମାନେ ଦୀର୍ଘବର୍ଷ ହେଲା ବଳଭଦ୍ରପୁର ଠାରେ ଗଢି ଉଠିଥିବା ସ ମିଲ ମାନଙ୍କର ନିଜର ଗାଡି କାଠ ବୋହିବା ପାଇଁ ଭଡାରେ ଲଗାଇଥାନ୍ତି । କିନ୍ତୁ ଗତ କିଛିଦିନ ହେଲା ସ ମିଲ ମାଲିକ ମାଲିକମାନେ ସ୍ଥାନୀୟ ଲୋକଙ୍କର ଗାଡିକୁ ଭଡାରେ ନ ନେବାରୁ ଉଭୟଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ସ ମିଲ ମାଲିକ ମାନଙ୍କର ମନମୁଖୀ କାର୍ଯ୍ୟ ପାଇଁ ସ୍ଥାନୀୟ ଅଂଚଳର ବାସିନ୍ଦା ଓ ଗାଡି ମାଲିକ ମାନେ ଅତିଷ୍ଠ ହୋଇ ଜିଲ୍ଲପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସ ମିଲ ଗୁଡିକରେ ସ୍ଥାନୀୟ ଶିକ୍ଷିତ ଯୁବକ ମାନେ ଛୋଟ ଛୋଟ ଗାଡି ଋଣ କରି ନିଜର ପରିବାର ଭରଣ ପୋଷଣ କରିଥାନ୍ତି । କିନ୍ତୁ ଓ ମିଲ ମାଲିକ ମାନଙ୍କର ମନମୁଖୀ କାର୍ଯ୍ୟ ଯୋଗୁଁ ଏହି ଭଡାଗାଡି ଗୁଡିକ କାର୍ଯ୍ୟରେ ନଲାଗି ଛିଡାହୋଇ ରହୁଛି । ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ଲକ୍ଷ୍ମୀନାରାୟଣ ପୁର ସରପଂଚ ଅରକ୍ଷୀତ କାଣ୍ଡି, ପୂର୍ବତନ ସରପଂଚ ମହେନ୍ଦ୍ର କୁମାର ସିଂହ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ, ସମିତି ସଭ୍ୟ ଫନିନ୍ଦ୍ର ବେହେରା, ନଟବର ବେହେରା ଓ ଅଂଚଳ ବାସୀମାନେ ଉପ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *