ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଲେବୁଲ -୩ ପ୍ରଧାନ ଶିକ୍ଷକଙ୍କ ପଦୋନ୍ନତି ରେ ଅନିୟମିତତା ଅଭିଯୋଗ

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଲେବୁଲ -୩ ପ୍ରଧାନ ଶିକ୍ଷକଙ୍କ ପଦୋନ୍ନତି ରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପଦୋନ୍ନତି ରୁ ବଞ୍ଚିତ ହୋଇଥିବା ବହୁ ବରିଷ୍ଠ ଶିକ୍ଷକ ଏନେଇ କ୍ଷୋଭ ପ୍ରକାଶ କରିବା ସହ ପଦୋନ୍ନତି ସମ୍ପର୍କିତ ଗାଇଡଲାଇନକୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି । ବ୍ଲକରେ ସମୁଦାୟ ୧୯ଟି ଲେବୁଲ -୩ ପ୍ରଧାନ ଶିକ୍ଷକଙ୍କ ପଦବୀକୁ ପ୍ରମୋଶନ ଦିଆଯାଇ ଥିବାବେଳେ ଏଥିରେ ଜନଜାତି ବର୍ଗର ୨ ଜଣଙ୍କୁ ଓ ଦଳିତ ବର୍ଗର ୮ ଜଣ ଓ ସାଧାରଣ ବର୍ଗର ୯ ଜଣଙ୍କୁ ଲେବୁଲ ପଦୋନ୍ନତି ଦିଆଯାଇଛି ।

ସଂରକ୍ଷଣ କୋଟା ଅନୁଯାୟୀ ଦଳିତ ବର୍ଗର ୨୫ ଭାଗ ଓ ସାଧାରଣ ବର୍ଗର ୬୨ ଭାଗ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯିବା କଥା । କିନ୍ତୁ ଏଠାରେ ସମାନ ସଂଖ୍ୟକ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇ ଥିବା ଅଭିଯୋଗ ହୋଇଛି । ଓ ଏହି ଅନିୟମିତତା ପଛରେ ଆର୍ଥିକ କାରବାର ସମ୍ପର୍କ ଅଛି ବୋଲି ଅଭିଯୋଗ ହୋଇଛି । ଏ ସମ୍ବନ୍ଧରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରବୀଣ କୁମାର ରାଉତଙ୍କୁ ପଚାରିବାରେ ସେ କହନ୍ତି ଯେ ପଦୋନ୍ନତି ଦେବାରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କୈାଣସି ଭୂମିକା ନାହିଁ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଯେଉଁ ମାନଙ୍କୁ ପଦୋନ୍ନତି ଦିଆଯାଇଛି ସେମାନଙ୍କ ତାଲିକା ଆମ ପାଖକୁ ଆସିଥିଲା । ସେହି ଅନୁଯାଇ ଆମେ ପଦୋନ୍ନତି ଦେଇଛୁ । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ ସେ ଫୋନ ଉଠାଇ ନଥିବାରୁ ପ୍ରତିକ୍ରିୟା ଜଣାପଡି ନାହିଁ ।

Leave a Reply

Your email address will not be published. Required fields are marked *