କେନ୍ଦ୍ରାପଡ଼ା : ସ୍ଥାୟୀ ନିଯୁକ୍ତି ଦାବିରେ ଅଲ୍ ଓଡିଶା ଠିକା ଅଙ୍ଗନୱାଡି ସୁପରଭାଇଜର ସଂଘ ଡାକରାରେ ଆସନ୍ତା ୧୭ ଜୁଲାଇରୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜୟଲକ୍ଷ୍ମୀ ସ୍ୱାଇଁ, ତୁଳସୀ ଦାସ, ତିଳୋତ୍ତମା ରାଉତରାୟ, ସବିତା ସାମଲ, ନମିତା ରାଉତରାୟ, ବୈଜୟନ୍ତୀ ଦାସ, ରଜନୀ ରାଉଳ ପ୍ରମୁଖ ଉପସ୍ଥିତ ଥାଇ ରାଜ୍ୟ ସରକାର ସବୁ ବର୍ଗର ଠିକା ନିଯୁକ୍ତି ଉଚ୍ଛେଦ କରିଥିଲା ବେଳେ ମହିଳା ପରିଦର୍ଶିକାଙ୍କର ସ୍ଥାୟୀ କରିବା ପାଇଁ କୌଣସି ଠୋସ୍ ପଦକ୍ଷେପ ନେଉ ନଥିବାରୁ ଦୁଃଖ ଓ ପରିତାପର ବିଷୟ ଯେ ସ୍ଥାୟୀ ନିଯୁକ୍ତି ଦାବିରେ ମହିଳା ଶିଶୁ ପାରିଦର୍ଶିକାମାନେ ପୂର୍ବରୁ ୨୦୨୧ ନଭେମ୍ବର ୮ରେ ଖରାବର୍ଷାକୁ ଖାତିର ନକରି ପ୍ରାୟ ଏକ ମାସ ଧରି ମହାତ୍ମା ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିଥିଲେ । ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜୁ ସାମୁଖ୍ୟ ମୁଖ୍ୟ ତଥା କଟକ ମେୟର ସୁବାଷ ସିଂଙ୍କ ଉପସ୍ଥିତିରେ ତିନିମାସ ଭିତରେ ସ୍ଥାୟୀ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ପ୍ରତିଶୃତିକୁ ରକ୍ଷାକରି ଠିକା ମହିଳା ପରିଦର୍ଶିକା ଆନଦୋଳନ ପ୍ରତ୍ୟାହାର କରିଥିଲେ । ଏହାର ପ୍ରାୟ ଏକ ବର୍ଷ ପରେ ରାଜ୍ୟ ସଭାପତି ବାସନ୍ତି ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବିଭାଗୀୟ ସଚିବ ଶୁଭା ଶର୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ମହିଳା ଶିଶୁ ବିକାଶ ବିଭାଗର ସମସ୍ତ କାର୍ଯ୍ୟ ଭାର ଠିକା ପରିଦର୍ଶିକାମାନେ ତୁଲାଉଥିବା ବେଳେ ସ୍ଥାୟୀ ନିଯୁକ୍ତି ନହେବା ଦୁଖ ଓ ପରିତାପର ବିଷୟ । ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଜୁଲାଇ ୧୬ତାରିଖ ସୁଦ୍ଧା ସ୍ଥାୟୀ ଘୋଷଣା ନକରନ୍ତି ତାହେଲେ ରାଜ୍ୟ ସଂଘର ଆହ୍ୱାନରେ ଗାନ୍ଧୀ ମାର୍ଘରେ, ଜୁଲାଇ ୧୭ତାରିଖରେ ଅନିଦ୍ଧିଷ୍ଠ କାଳ ପାଇଁ ଆନ୍ଦୋଳନ ଚାଲିବ ବୋଲି ରାଜ୍ୟ ସଂଘ ତରଫରୁ ସୂଚନା ଦିଆଯାଇଛି । ଏହି ବୈଠକରେ ପର୍ଯ୍ୟବେକ୍ଷକ ଭବେ ସମ୍ପାଦକ ଅଞ୍ଜନା ବାରିକ, ଶୁଶ୍ରୀ ସାମନ୍ତରା. ଅନିତା ଶତପଥି, ରଞ୍ଜିତା ସାହୁ, ଧରିତ୍ରୀ ପାତ୍ର, ସ୍ନେହ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now