ମୃତକଙ୍କ ପରିବାରକୁ ବୈଜୟନ୍ତ ପଣ୍ଡାଙ୍କ ସହାୟତା ପ୍ରଦାନ

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ପଂଚାୟତର ଜୟକୃଷ୍ଣପୁର ଗାଁର ରମେଶ ଚନ୍ଦ୍ର ବାରିକ ମାଳବଣ ଠାରେ ନିଜ ଝିଅର ନିର୍ବନ୍ଧ ସାରିବା ପରେ ହଠାତ୍ ଅସୁସ୍ଥ ଅନୁଭବ କରି ଘଟଣା ସ୍ଥଳରେ ଟଳି ପଡିଥିଲେ । ଏହି ଦୁଃଖଦ ଘଟଣାର ଖବର ପାଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି । ବିଜେପି ଜିଲ୍ଲା ସାଧାରଣ ସଂପାଦକ ଅଭିମନ୍ୟୁ ଗୋଛାୟତଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ଶଶାଙ୍କ ଶେଖର ଓଝା, ଅର୍ଜୁନ ମଲିକ, ବାଦଲ ମଲିକ, ରତ୍ନାକର ବାରିକ, ଅକ୍ଷୟ ମଲିକ ପ୍ରମୁଖ ମୃତକଙ୍କ ଘରେ ପହଁଚି ସମବେଦନା ଜଣାଇବା ସହ ଆର୍ଥିକ ରାଶି ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *