ଦୋକାନ ଉଚ୍ଛେଦ ନୋଟିସକୁ ବ୍ୟବସାୟୀ ସଂଘର ବିରୋଧ

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଞ୍ଚଳର ନୂଆ ବସଷ୍ଟାଣ୍ଡ ବାଇପାସ ଠାରେ ବର୍ଷ ବର୍ଷ ଧରି କ୍ଷୁଦ୍ର ବ୍ୟବସାୟ କରି ବ୍ୟବସାୟୀ ମାନେ ନିଜ ପରିବାର ପୋଷଣ କରୁଥିବା ବେଳେ କେନ୍ଦ୍ରାପଡା ପୈାରସଂସ୍ଥା ତରଫରୁ ଏହି ବ୍ୟବସାୟୀ ମାନଙ୍କୁ ୨୪ ଘଣ୍ଟା ଭିତରେ ଉଠିଯିବାକୁ ନୋଟିସ ଜାରି କରିଥିବାରୁ ବ୍ୟବସାୟୀ ସଂଘ ତରଫରୁ ଏହାକୁ ବିରୋଧ କରାଯାଇ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କ୍ଷୁଦ୍ର ବ୍ୟବସାୟୀ ମାନେ ଋଣ କରି ଏବଂ ସମସ୍ତ ପୁଞ୍ଜି ନିବେଶ କରି ଦୋକାନ କରି ବ୍ୟବସାୟ କରୁଥିବା ବେଳେ ତାଙ୍କୁ ସ୍ଥାନାନ୍ତର କରିବା ପାଇଁ ସମୟ ଦେବା ସହିତ ଥଇଥାନ ବ୍ୟବସ୍ଥା କରିବା ପାଇଁ ସଂଘ ତରଫରୁ ଦାବି କରି ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସଭାପତି ରାମଚନ୍ଦ୍ର ରାଉତରାୟ, ସମ୍ପାଦକ ଅଶୋକ କୁମାର ଲେଙ୍କା, ବିଶ୍ୱଜିତ ରାଉତ, ଶିଶିର ସାହୁ, ଅବିନାଶ ସାହୁ, ନୃସିଂହ ଚରଣ ପାତ୍ର ପ୍ରମୁଖ ଶତାଧିକ ବ୍ୟବସାୟୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *