କେନ୍ଦ୍ରାପଡାକୁ ମୋ ବସ୍ ସେବା ଯୋଗାଇ ଦେବାକୁ ଦାବି

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାକୁ “ମୋ ବସ୍‌” ସେବା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ନିକଟରେ ଦାବି କରାଯାଇଛି । ଏନେଇ ଏକ ଲିଖିତ ଦାବିପତ୍ର କେନ୍ଦ୍ରାପଡା ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ଜରିଆରେ ପ୍ରଦାନ କରାଯାଇ ଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ କଟକ, ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ ପ୍ରଭୃତି ଜିଲ୍ଲା ଗୁଡିକ “ମୋ ବସ୍‌” ସେବା ଅନ୍ତର୍ଭୁକ୍ତ ହୋଇଥିବା ବେଳେ କଟକ ଜିଲ୍ଲାର ସାଲେପୁର ପର୍ଯ୍ୟନ୍ତ “ମୋ ବସ୍‌” ସେବାକୁ ସଂପ୍ରସାରଣ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ନଥିବାରୁ ଘରୋଇ ବସ ମାଲିକ ମାନେ ଯାତ୍ରୀଙ୍କ ଠାରୁ ମନଇଛା ଭଡା ଆଦାୟ କରୁଥିବା ଅଭିଯୋଗ ହେଉଛି । ଏନେଇ ଓକିଲ ସଂଘ ସଭାପତି ବିଚିତ୍ରାନନ୍ଦ ମହାନ୍ତି, ବରିଷ୍ଠ ସମାଜସେବୀ ଫକିର ଚରଣ ଖଟୁଆ ଓ ବରିଷ୍ଠ ଆଇନଜୀବି ବିଧୁଭୂଷଣ ମହାପାତ୍ର, ଧୃବଚରଣ ଜେନା, ଗଗନ ଜେନା, ମୋହନ ସାହୁ, ଅତନୁ ଘୋଷାଲ, ଦିଲିପ ପରିଡା, ପ୍ରମୁଖ କେନ୍ଦ୍ରାପଡା ଜିଲ୍ଲାକୁ ଅର୍ବାନ ଟ୍ରାନ୍ସପୋର୍ଟ ହିସାବରେ ବିଜ୍ଞାପିତ କରିବାକୁ ଦାବି କରିବା ସହ କେନ୍ଦ୍ରାପଡା ଜିଲ୍ଲାକୁ “ମୋ ବସ୍‌” ସେବା ଯୋଗାଇ ଦେବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *