ଶୁଦ୍ଧିକ୍ରିୟା ଘାଟ ରାସ୍ତା ଅବରୋଧ ହଟାଇବାକୁ ଦାବି

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବଣିଆମାଳ ଓ ମହିପାଳ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଭେଟି ମୃତକଙ୍କ ପାଇଁ (ଶୁଦ୍ଧିକ୍ରିୟା) ଗୋବରୀ ଘାଟକୁ ଯିବାପାଇଁ ରାସ୍ତାକୁ ଜବର ଦଖଲ ମୁକ୍ତ କରିବାକୁ ଦାବି କରିଛନ୍ତି । ନୂଆ ବସଷ୍ଟାଣ୍ଡ ନିକଟ ଏଚ୍ପି ଗ୍ୟାସ ଦୋକାନ ସାମନାରେ ଥିବା ଏହି ରାସ୍ତାକୁ ସ୍ଥାନୀୟ କେତେକ ଖଳ ପ୍ରକୃତିର ଯୁବକ କେବିନ ପକାଇ ବନ୍ଦ କରି ଦେଇଥିବାରୁ ସୁଦ୍ଧିକ୍ରିୟା ପାଇଁ ଯାତାୟତ ହୋଇପାରୁ ନାହିଁ । ଏହି ରାସ୍ତାକୁ କେବିନ ପକାଇ ସ୍ଥାନୀୟ କେତେକ ବ୍ୟକ୍ତି ବନ୍ଦ କରିଦେଇ ଥିବାରୁ ଶୁଦ୍ଧିକ୍ରିୟା ପାଇଁ ଯାଉଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏହି କେବିନକୁ ହଟାଇବା ପାଇଁ କାଉନସିଲର ରମେଶ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ପ୍ରଦିପ ନାୟକ, ବିଜୟ ଚନ୍ଦ୍ର ପତି, ଶିଶିର କୁମାର ନାୟକ, ନାରାୟଣ ଚନ୍ଦ୍ର ସାହୁ, ପ୍ରଦିପ କୁମାର ନାୟକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି କେବିନ ଉଠାଇବାକୁ ଦାବି କରିଛନ୍ତି ।/

Leave a Reply

Your email address will not be published. Required fields are marked *