ଧାନ ବଦଳରେ ଅଣ ଧାନ ଫସଲ ପାଇଁ ଜିଲ୍ଲା ସ୍ତରୀୟ ବୈଠକ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଧାନ ବଦଳରେ ଅଣ ଧାନ ଫସଲ କରିବା ପାଇଁ ବୃହତ ଉଠା ଜଳ ସେଚନ ମାଧ୍ୟମରେ ଚାଷୀ ମାନଙ୍କୁ ସଚେତନ କରାଇବା ପାଇଁ ଏକ ବୈଠକ ଆୟୋଜନ ହୋଇଛି । ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସି.ଡି.ଏ.ଓ ହିମାଂଶୁ ମୋହନ ମିଶ୍ର, ଯୋଜନା ଅଧିକାରୀ ତୁଷାରକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଚାଷୀମାନଙ୍କୁ ସଚେତନ କରାଇବା ଓ ସରକାରୀ ଯୋଜନାଗୁଡିକ ଚାଷୀମାନଙ୍କ ନିକଟରେ ପହଁଚାଇବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକୁ ନିଯୁକ୍ତି ଦିଆ ଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକର କର୍ମଚାରୀ ମାନେ ଜିଲ୍ଲାର ବିଭିନ୍ନ ଅଂଚଳ ବୁଲି ଧାନ ବଦଳରେ ଅଣ ଧାନ ଫସଲ କରିବା ପାଇଁ ଚାଷୀମାନଙ୍କୁ ସଚେତନ କରାଇବେ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *