ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ

Spread the love

କେନ୍ଦ୍ରାପଡ଼ା : ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଦିନକୁ ଦିନ ଦୁର୍ଘଟଣା ବଢି ଧନ ଜୀବନ ନଷ୍ଟ ହାନୀ ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପରିବହନ ବିଭାଗ ତରଫରୁ ଏକ ଜିଲ୍ଲା ସ୍ତରୀୟ କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର (ରାଜସ୍ୱ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠିତ ଏହି ବୈଠକରେ ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ସଡକ ପରିବହନ ଅଧିକାରୀ (ଆରଟିଓ) ଧିରେନ କୁମାର ନାୟକ, ପୁର୍ତ ବିଭାଗର ସରୋଜ କୁମାର ନାୟକ, ଡିଏସପି ବିରଂଚି ଜଗତଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜିଲ୍ଲାରେ ହେଉଥିବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇ ଥିଲା । ଜିଲ୍ଲାରେ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଇବା, ବିଭିନ୍ନ ରାସ୍ତା ଗୁଡିକ ଜାତୀୟ ରାଜପଥ ଓ ଅନ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଗୁଡିକ ଆଗରେ ଚିହ୍ନଟ କରି ସଙ୍କେତ ବୋର୍ଡ ମାରିବା ଓ ରଙ୍ଗ କରିବା, ଆବଶ୍ୟକ ସ୍ଥଳରେ ହମ୍ପ୍ସ ନିର୍ମାଣ କରିବା ଆଦି ଉପରେ ଆଲୋଚନା କରାଯାଇ ଥିଲା ।

Leave a Reply

Your email address will not be published. Required fields are marked *