ପାଟନାଳୀ ବନ୍ଦ, ଚାଷୀ ହତାଶ

Spread the love

କେନ୍ଦ୍ରାପଡ଼ା : ମହାକାଳପଡା ତହସିଲ ଅନ୍ତର୍ଗତ ବଳିପଡା ଗ୍ରାମରେ ଚାଷୀ ମାନଙ୍କ ଜମିରୁ ସରକାର ଜଳ ନିଷ୍କାସନର ସୁବିଧା କରିଛନ୍ତି । ଉକ୍ତ ପାଟନାଳୀ ଦ୍ୱାରା ଜଳ ନିଷ୍କାସନର ସୁବିଧାକୁ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଜୋର ଜବରଦସ୍ତ ବନ୍ଦ କରି ଦେଇଥିବାର ଅଭିଯୋଗ ହୋଇଛି । ବଳିପାଳ ଗ୍ରାମରେ ଥିବା ଏହି ପାଟନାଳୀକୁ ଉକ୍ତ ବ୍ୟକ୍ତି ଜଣକ ନିଜ ନାମରେ କରିନେଇ ପାଟନାଳୀକୁ ବନ୍ଦ କରି ଦେଇଛି । ଯାହାଦ୍ୱାରା ଦୀର୍ଘ ମାସ ହେଲା ଚାଷୀମାନଙ୍କ ଜମିରୁ ପାଣି ନିଷ୍କାସନ ହୋଇପାରୁ ନାହିଁ । ଏ ବିଷୟରେ ତହସଲଦାରଙ୍କୁ ଅଭିଯୋଗ କଲେ ମଧ୍ୟ କୈାଣସି ସୁଫଳ ନମିଳିବାରୁ ଶତାଧିକ ଚାଷୀ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ଭେଟି ତୁରନ୍ତ ପାଟନାଳୀ ଥିବା ବନ୍ଧକୁ ଖାଲି କରାଇ ଜଳ ନିଷ୍କାସନର ସୁବିଧା କରିବା ପାଇଁ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ୱାର୍ଡ ମେମ୍ବର ନରହରି ଦାସ, ବିଜୟ ଦାସ, ମନୋଜ କୁମାର ଦାସ, ଅକ୍ଷୟ ସେଠୀ, ଜଗନ୍ନାଥ ଦାସ, ସଂଗ୍ରାମ କେଶରୀ ଦାସ ପ୍ରମୁଖ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *