ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକରେ ବିଜେଡି ଦିଫାଳ, ବିଜେଡି ଜିଲ୍ଲା ସଭାପତି ଗୋଷ୍ଠୀ ଓ ବିଧାୟକ ଗୋଷ୍ଠୀ ମୁହାଁମୁହିଁ

Spread the love

କେନ୍ଦ୍ରାପଡ଼ା : ବିଧାନସଭା ନିର୍ବାଚନ ଆଉ ମାତ୍ର ୭ ମାସ ବାକିଥିବା ବେଳେ କେନ୍ଦ୍ରାପଡା ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ ତିବ୍ର ହୋଇଛି । ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ କମିଟି ବୈଠକକୁ ନେଇ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଗୋଷ୍ଠୀ କେନ୍ଦ୍ରାପଡା ବିଧାୟକ ମୁହାଁମୁହିଁଁ ହୋଇଛନ୍ତି । ଏହାର ପ୍ରଭାବରେ ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକରେ ବିଜେଡି ଦିଫାଳ ହୋଇଥିବାର ଦେଖାଯାଇଛି । ଏହି ରୋଚକ ଘଟଣାଟି ହାଟରେ ପଡି ଦାଣ୍ଡରେ ଗଡୁଛି ।

ବିଜୁଜନତା ଦଳ ଶୃଙ୍ଖଳିତ ଦଳ ବୋଲି ଦଳପକ୍ଷରୁ ଯେତେ କୁହାଯାଉଥିଲେ ମଧ୍ୟ ତାହା କେତେ ବିଶୃଙ୍ଖଳିତ ତାହା ବିଜେଡିର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରୁ ଜଣାପଡୁଛି । ବିଜୁ ପଟ୍ଟନାୟକ ଗଡ କେନ୍ଦ୍ରାପଡା ଜିଲ୍ଲାରେ ବିଜେଡିରେ ଗୋଷ୍ଠୀ କନ୍ଦଳ ତିବ୍ର । ରାଜ୍ୟରେ ୨୩ ବର୍ଷ ବିଜେଡିର ସ୍ଥିର ସରକାର ଥିବା ସ୍ଥଳେ ବିଜେଡି ଗୋଷ୍ଠି କନ୍ଦଳ ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ସେପରି କୌଣସି ଆଖିଦୃଶିଆ ବିକାଶମୂଳକ କାର୍ଯ୍ୟ ହୋଇପାରି ନାହିଁ । ଦଳୀୟ କାର୍ଯ୍ୟନୁଷ୍ଠାନ ବିଶେଷ ହେଉନଥିବାରୁ ଗୋଷ୍ଠି କନ୍ଦଳ ବଢି ବଢି ଚାଲିଛି । ଏହାର କୁପ୍ରଭାବ ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକ ଉପରେ ପଡିଛି । ଏହି ବୈଠକକୁ ନେଇ ଜିଲ୍ଲା ବିଜେଡି ସଭାପତି ଗେ।।ଷ୍ଠି କେନ୍ଦ୍ରାପଡା ଗୋଷ୍ଠୀ ମଧ୍ୟରେ ମୁହାଁ ମୁହିଁଁ ପରିସ୍ଥିତି ସୃଷ୍ଠି ହୋଇଛି । କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶ୍ୟାମସୁନ୍ଦରପୁରସ୍ଥିତ ଘରୋଇ ମଣ୍ଡପରେ ୭ ତାରିଖରେ ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ ବୋଲି ସ୍ଥିରିକୃତ ହୋଇଥିଲା । ଏଥିନିମନ୍ତେ ଦୁଇ ଗୋଷ୍ଠି ପ୍ରସ୍ତୁତ ହୋଇଥିଲେ । ୬ ତାରିଖ ସନ୍ଧ୍ୟାରେ କାର୍ଯ୍ୟକାରିଣୀ ବୈଠକ ରୋଷେଇକୁ ନେଇ ଉଭୟ ଗୋଷ୍ଠି ମୁହାଁ ମୁହିଁ ହୋଇଥିଲେ । ବିଧାୟକ ଗୋଷ୍ଠି ରୋଷେଇ ସାମଗ୍ରୀ ନେଇ ମଣ୍ଡପକୁ ଯାଇଥିବା ବେଳେ ଜିଲ୍ଲା ସଭାପତି ଗୋଷ୍ଠି ଏହାକୁ ବିରୋଧ କରି ଗାଳିଗୁଲଜ କରିଥିଲେ । ବିଧାୟକ ଗୋଷ୍ଠି ବାଧ୍ୟ ହୋଇ ରୋଷେଇ ସାମଗ୍ରୀ ଫେରାଇ ନେଇ ମଣ୍ଡପ ଛାଡିଥିଲେ । କିଏ କେଉଁ ଦାୟୀତ୍ୱ ନେବ ସେ ସମ୍ପର୍କରେ ଭୁନେଶ୍ୱରଠାରେ କେନ୍ଦ୍ରାପଡାର ଦୁଇ ମନ୍ତ୍ରୀ ଜିଲ୍ଲା ବିଜେଡି ସଭାପତି କେନ୍ଦ୍ରାପଡା ବିଧାୟକଙ୍କ ମଧ୍ୟରେ ଆଲୋଚନା ହୋଇ ସ୍ତିରୀକୃତ ହୋଇଥିଲା । କେନ୍ଦ୍ରାପଡା ବିଧାୟକଙ୍କୁ ରୋଷେଇ ଦାୟିତ୍ୱ ଦିଆଯାଇଥିବା ବେଳେ ମଣ୍ଡପ ଦାୟୀତ୍ୱ ଜିଲ୍ଲା ବିଜେଡି ସଭାପତିଙ୍କୁ ଦିଆଯାଇଥିଲା ବୋଲି ଜନୈକ ବିଧାୟକ ଗୋଷ୍ଠୀରୁ ସୂଚନା ମିଳିଛି । ଏହି ନିଷ୍ପତ୍ତି ପରେ ଜିଲ୍ଲା ବିଜେଡି ସଭାପତିଙ୍କ ଉପସ୍ଥିତିରେ ଏହି ବିବାଦ କାହିଁକି ସୃଷ୍ଟି କରାଗଲା । ଏହା ପଛରେ କେଉଁ ଅଦୃଶ୍ୟ ଶକ୍ତିର ନିର୍ଦ୍ଦେଶ ରହିଛି ତାହା ଆଲୋଚନା ହେଉଛି ।

ଗତକାଲି ପୂର୍ବାହ୍ନ ୧୧ଟାରେ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡାଙ୍କ ସଭାପତିତ୍ୱରେ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଥିଲା । ଏହି ବୈଠକରେ ଆଳି ବିଧାୟକ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧୃବ ଚରଣ ସାହୁ, ପାଟକୁରା ବିଧାୟକ ସାବିତ୍ରୀ ଅଗ୍ରୱାଲ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରମିଳା ମଲିକ, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ ପ୍ରମୁଖ ମଞ୍ଚାସିନ ହୋଇ ଜିଲ୍ଲା ବିଜେଡି ସଂଗଠନକୁ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ । ଦଳରେ ଶୃଙ୍ଖଳା ରକ୍ଷାକରି ବିଜେଡି ଦଳପତି ନବିନ ପଟ୍ଟନାୟକ ନିର୍ଦେଶକୁ ମାନି କାର୍ଯ୍ୟକରିବାକୁ ଉପସ୍ଥିତ କର୍ମ କତ୍ତାଙ୍କୁ ପର୍ଯ୍ୟବେକ୍ଷକ ମନ୍ତ୍ରୀ ଶ୍ରୀମତି ମଲ୍ଲିକ ଚେତାବନି ଢଙ୍ଗରେ ପରାମର୍ଶ ଦେଇଥିଲେ । ଧୂମ ଧାମରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକାରିଣୀ ବୈଠକରେ ସରସତା ନଥିଲା । ଜିଲ୍ଲାର ଚାଣକ୍ୟ କୁହାଯାଉଥିବା ମହାକାଳପଡା ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଶଶିଭୁଷଣ ବେହେରା, ଜିଲ୍ଲା ବିଜେଡି ଉପ ସଭାପତି ଆଇନଜୀବୀ ଦେବଦାସ ମହାନ୍ତି, ଜିଲ୍ଲା ବିଜୁ ଶ୍ରମିକ ସଂଗଠନ ସଭାପତି ଦୂର୍ଗାଶୀଷ ମହାନ୍ତି, କେନ୍ଦ୍ରାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା, କେନ୍ଦ୍ରାପଡା ପୌର ଉପ ନଗରପାଳ ଏବଂ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା । ମୋ ପରିବାର ଜିଲ୍ଲା ସଂଯୋଜକ କାଳୀ ପ୍ରସାଦ ମିଶ୍ର ପ୍ରମୁଖଏହି ବୈଠକରେ ଯୋଗ ଦେଇ ନ ଥିଲେ । ତେବେ ଜିଲ୍ଲା ବିଜେଡିର ଅନ୍ୟ କର୍ମକର୍ତ୍ତା, ଛାମୁହାଁ ସଂଗଠନର ସଭାପତି, ଅନ୍ୟାନ୍ୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପାଧ୍ୟକ୍ଷ, ପୌରପରିଷଦ ନଗରପାଳ, ଉପନଗରପାଳ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଚାଲିଥିବାବେଳେ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରର କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ହଜାରି ବଗିଚାଠାରେ ମୋ ପରିବାର ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯିବାର ଉଦ୍ଦେଶ୍ୟ କ’ଣ ବୋଲି ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *