ଏସିଡ୍ ମାଡ ଘଟଣାରେ ପୋଲିସର ନିଷ୍କ୍ରିୟତା, ୫ ବର୍ଷ ହେଲା ନ୍ୟାୟ ପାଇଁ ଦୈାଡୁଛନ୍ତି ପିଡିତ ପରିବାର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିନ ପାଟଳୀପଙ୍କ ଗ୍ରାମର ଏସିଡ୍ ମାଡ ପିଡିତ ପରିବାର ଦୀର୍ଘ ୫ ବର୍ଷ ହେଲା ନ୍ୟାୟ ପାଉ ନଥିବା ଅଭିଯୋଗ ହୋଇଛି । ଥାନା, ଜିଲ୍ଲା କାର୍ଯ୍ୟାଳୟ , ଏସପି ଅଫିସ ତଥା ଡିଜି ଅଫିସରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପିଡିତ ପରିବାରକୁ ନ୍ୟାୟ ମିଳୁନାହିଁ । ଅପରପକ୍ଷ ରେ କେଶ ଡାଏରୀ କୋର୍ଟରେ ଦାଖଲ ହୋଇ ନଥିବାରୁ ଅଭିଯୁକ୍ତ ମାନେ ଜାମିନରେ ଆସି କେଶ ଉଠାଇବା ପାଇଁ ପିଡିତ ପରିବାର ଉପରେ ଚାପ ସୃଷ୍ଟି କରିବା ସହ କେଶ ନ ଉଠାଇଲେ ସଂପୂର୍ଣ୍ଣ ପରିବାରକୁ ଧ୍ୱସଂ କରି ଦିଆଯିବ ବୋଲି ଧମକ ଚମକ ଦେଉଥିବା ପରିବାର ର ସଦସ୍ୟ ମାନେ ଆଜି ଜିଲ୍ଲା କାର୍ଯ୍ୟାଳୟ ରେ ଅଭିଯୋଗ କରିଛନ୍ତି ।

ଘଟଣା ମୁତାବକ ୨୦୧୮ ମସିହା ଅକ୍ଟୋବର ୯ ତାରିଖ ବିଳମ୍ବିତ ରାତିରେ ସେହି ଗ୍ରାମର ବୈଷ୍ଣବ ଚରଣ ବାରିକ ଓ କୁନିଲତା ବାରିକଙ୍କ ଏକମାତ୍ର ପୁଅ ହିମାଂଶୁ ବାରିକ ବୋହୂ ମିନତୀ ବାରିକ, ନାତୁଣୀ ସାଲିନିପ୍ରଭା ବାରିକ ଓ ଶୁଭସ୍ମିତା ବାରିକ ଘରେ ଶୋଇଥିବା ବେଳେ ଘରେ ଏସିଡ ମାଡ ହୋଇଥିଲା । ଗ୍ରାମରେ ଚୋରା ମଦ କାରବାର ହେଉଥିବା ଅଭିଯୋଗ କରିବାରୁ ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତ ୨ ଜଣ ସେହି ଗ୍ରାମର ଭବାନୀ ଶଙ୍କର ଓଝା ଓ ସତ୍ୟ ରଞ୍ଜନ ସେଠୀ ପରିବାର ଉପରେ ଏସଡି ମାଡ ହୋଇଥିବା ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଥିଲା । ଥାନା କେଶ ନଂ-୧୬୪/୧୮ ରେ ମାମଲା ରୁଜୁ କରିବା ସହ ଜଣେ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଜିଆର କେଶ ନଂ-୧୩୧୭/୧୮ ରେ ଆସାମୀ ମାନେ ବିଚାରଧୀନ ଥିବାବେଳେ କେଶ ଡାଏରୀ ନ ପହଁଚିବାରୁ ବେଲରେ ଆସିଥିଲେ । ତେବେ ପୋଲିସ ଜାଣିଶୁଣି ମାମଲାକୁ ଗୁରୁତ୍ୱ ନଦେଇ ପରିଚାଳନା କରୁଥିବାରୁ ଅନ୍ୟ ଅଭିଯୁକ୍ତ ମାନେ ଗିରଫ ହେଉ ନାହାଁନ୍ତି କିମ୍ବା ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପିଡିତ ହିମାଂଶୁ ସଂପୂର୍ଣ୍ଣ ଦୁଇଟି ଆଖି ହରାଇ ନ୍ୟାୟ ପାଇବା ପାଇଁ ବାର ଦୁଆର ବୁଲୁଥିବା ଦେଖିବାକୁ ମିଳୁଛି । ତୁରନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପିଡିତ ପରିବାରକୁ ଆର୍ଥିକ ସହାୟତା ଦେବାକୁ ଦାବି ହେଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *