ଯାଦବ ମହାସଂଘ ତରଫରୁ ଗାଁକୁ ଚାଲ ଅଭିଯାନ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଂଘ ତରଫରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଇଛାପୁର ସ୍ଥିତ ଯାତ୍ରୀ ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରଭାକର ପଲାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ଦାସ ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଉପଦେଷ୍ଟା ନାରାୟଣ ଚନ୍ଦ୍ର ଦାସ, ସଂପାଦକ ଚିନ୍ମୟ କୁମାର ଦାସ, ଉପ ସଭାପତି ଚିତ ରଞ୍ଜନ ଦାସ, ବିରେନ୍ଦ୍ର ପୃଷ୍ଟି, ମନୋଜ ପରିଡା, ବିଜୟ ପରିଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଯାଦବ ମହାସଂଘର ସଂଗଠନକୁ ବ୍ୟାପକ କରିବା ପାଇଁ ଗାଁକୁ ଚାଲ ଅଭିଯାନ ମାଧ୍ୟମରେ ଜନ ସମ୍ପର୍କ କରାଯାଇ ନୂତନ ସଦସ୍ୟ ଗ୍ରହଣ କରିବା ଓ ସଂଗଠନର ବାର୍ତ୍ତା କୁ ଘରେ ଘରେ ପହଁଚାଇବା ଯୋଜନା ରଖାଯାଇଛି । ଜିଲ୍ଲାରେ ଯାଦବ ମାନଙ୍କ ସଂଖ୍ୟା ଅନୁପାତରେ ଆଗାମୀ ନିର୍ବାଚନରେ ଜଣେ ଯାଦବ ପ୍ରାର୍ଥୀଙ୍କୁ ଉପସ୍ଥାପିତ କରିବା ସହ ନେତୃତ୍ୱ ପ୍ରଦାନ କରିବା ପାଇଁ ଆହ୍ୱାନ ଦିଆଯାଇ ଥିଲା । ଆୟୋଜିତ ଏହି ବୈଠକରେ ସମସ୍ତ ବ୍ଲକ ସଭାପତି, ନଗର ସଭାପତି ଅଜୟ ଦାସ, ବିରେନ ଦାସ, ଶୁଭକାନ୍ତ ଜତି, ବିଶ୍ୱ ରଞ୍ଜନ ଦାସଙ୍କ ସମେତ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମନୋଜ ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗଙ୍ଗାଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *