ନିମ୍ନ ମାନର ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ଅଭିଯୋଗ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ପଞ୍ଚାୟତରେ ନିର୍ମାଣ ହେଉଥିବା ବାତ୍ୟା ଆଶ୍ରୟସ୍ଥଳୀ ଅତି ନିମ୍ନ ମାନର ହେଉଥିବା ସରପଂଚଙ୍କ ସମେତ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରୁଥିବା ଠିକାଦାର ଓ ଅଫିସର ମାନେ ପାଇଲିଙ୍ଗ ଗଭୀର ୩୦ ମିଟର ଥିବାବେଳେ ସେମାନେ ୧୨ ମିଟର କରୁଛନ୍ତି । ଏଥି ସହିତ ଇଟା ଓ ସିମେଣ୍ଟ ନିମ୍ନ ମାନର ଥିବା ଜଣାପଡିବା ପରେ ଗ୍ରାମବାସୀମାନେ ଏହାର ବିରୋଧ କରିବାରୁ ଠିକାଦାର ଏମାନଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହି କାର୍ଯ୍ୟର ତଦନ୍ତ କରି ଠିକାଦାରଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ ପୂର୍ଣ୍ଣିମା ସେଠୀଙ୍କ ନେତୃତ୍ୱରେ ପ୍ରମୋଦ ସେଠୀ, ଜଗବନ୍ଧୁ ସେଠୀ, ଭ୍ରମରବର ସେଠୀ ପ୍ରମୁଖ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *