ପୌରସଂସ୍ଥା ଟ୍ରାକ୍ଟର ବ୍ୟାଟେରୀ ଚୋରକୁ ଧରିଲେ ପୌର ଜଗୁଆଳୀ

Spread the love

କେନ୍ଦ୍ରାପଡ଼ା : ପୌରସଂସ୍ଥା ଟ୍ରାକ୍ଟର ରଖା ଯାଉଥିବା ଘରେ ଜଣେ ବ୍ୟାଟେରୀ ଚୋରକୁ ଧରି ଟାଉନ ପୋଲିସ ଜିମା ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ଦୀର୍ଘଦିନ ହେବ ପୈାର ଗାଦାମ ଗୃହରୁ ବିଭିନ୍ନ ପ୍ରକାର ପୁରୁଣା ଲୁହା ଜିନିଷ ପତ୍ର ଚୋରୀ ହୋଇ ଆସୁଥିଲା । ମଙ୍ଗଳବାର ପୈାରସଂସ୍ଥାର ଏକ ଗାଡିରୁ ବ୍ୟାଟେରୀ ଖୋଲୁଥିବା ସମୟରେ ପୈାର ଜଗୁଆଳ ତାକୁ ଧରିଥିଲେ । ଚୋରୀ ହୋଇଥିବାର ଜାଣିବା ପରେ ଉପାଧ୍ୟକ୍ଷ ଘଟଣା ସ୍ଥଳକୁ ଯାଇ ଦେଖିଲା ବେଳକୁ ଗ୍ୟାରେଜ ଭିତରେ ପୈାରାଂଚଳ ଅନ୍ତର୍ଗତ ଜଇପୁରା ଗ୍ରାମର ମଥୁରା ଦାସ ଓରଫ ମଙ୍ଗୁ ଲୁଚି ବସିଥିଲେ । ଏକ ତାଙ୍କ ନିକଟରୁ ଏକ ବସ୍ତା ଭିତରେ ଲୁହା ସାମଗ୍ରୀ ରହିଥିଲା । ଜଗୁଆଳୀ ମଙ୍ଗୁକୁ ଧରି ଟାଉନ ଥାନା ଅଧିକାରୀଙ୍କୁ ଜିମା ଦେଇଥିବା ଜଣାପଡିଛି । ଥାନା ଅଧିକାରୀ ଅଭିଯୁକ୍ତ କୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *