କେନ୍ଦ୍ରାପଡ଼ା : ମହିଳା କୁସ୍ତି ଯୋଦ୍ଧା ଯୌନ କେଳଙ୍କାରୀ ଅଭିଯୁକ୍ତ ଭାରତର କୁସ୍ତି ଯୋଦ୍ଧା ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୁସଣ ଶରଣ ସିଂହ କିମ୍ବା ସଂନ୍ଦୀପ ସିଂହ କାହାରିକୁ ବି କେନ୍ଦ୍ରର ବିଜେପି ସରକାର ଏପର୍ଯ୍ୟନ୍ତ ଗିରଫ କଲାନାହିଁ କି କୌଣସି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ । କେବଳ ଦେଶର ଗୌରବ କୁସ୍ତି ଯୋଦ୍ଧାମାନେ ଦେଶର ଯନ୍ତର ମନ୍ତରରେ ଲଗାତାର ଆନ୍ଦୋଳନ କରିବା ଫଳରେ ବ୍ରିଜ ଭୁଷଣ ଦାୟିତ୍ୱରୁ ହଟା ଯାଇଛି । ବାମପନ୍ଥୀ ଗଣସଂଗଠନ ମାନଙ୍କ ମିଳିତ ମଂଚ ପକ୍ଷରୁ ସାରା ଦେଶରେ ବ୍ରିଜ ଭୁସଣ ଶରଣ ସିଂହ ଙ୍କୁ ଗିରଫ ଦାବିରେ କେନ୍ଦ୍ରାପଡା ଜିଲ୍ଲା ଅଫିସ୍ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ସିଆଇଟିୟୁ ରାଜ୍ୟ ନେତା ଜଗତ ଜିବନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିପିଆଇ(ଏମ୍ ) ଜିଲ୍ଲାସ ସମ୍ପାଦକ ଗୟାଧର ଧଳ, ଓଡିଶା କୃଶକ ସଭା ଜିଲ୍ଲା ସମ୍ପାଦକ ବିଜୟ ଦାସ, ରାଜ୍ୟ କମିଟି ସଭ୍ୟ ମାନସ ବେହୁରା, କର୍ମଚାରୀ ନେତା ନରୋତମ ପାର୍ଥସାରଥି, କାଳୀ ପ୍ରଶାଦ ନାୟକ, ସହଦେବ ଦାସ ଓ ଧିବର କୁମାର ବେହେରା ପ୍ରମୁଖ ବକ୍ତବ୍ୟ ରଖି ମୋଦି ସରକାରର ଦୋମୁହାଁ ନୀତିର ତୀବ୍ର ସମାଲୋଚନା କରିଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now