ଅଖିଳ ଭାରତ କୃଷକ ସଭା ଓ ରାମଚଣ୍ଡୀ କୃଷକ ସଭାର ଆହ୍ୱାନରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଏହାର ୮୦ ଭାଗ ଅଧିବାସୀ କୃଷି ଉପରେ ନିର୍ଭରଶୀଳ ହେବା ଯୋଗୁଁ ଏହା ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଜିଲ୍ଲା ଭାବେ ପରିଗଣିତ ହେଉଛି । ଶିଳ୍ପ, କଳ କାରଖାନା ନଥିବା ସତ୍ୱେ କୃଷିର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଦୃଷ୍ଟି ଦିଆଯାଇ ନଥିବାରୁ ଜମିଜମା ସମସ୍ୟା, ଜଳ ସେଚନ ଓ ଜଳ ନିଷ୍କାସନରେ ଅବ୍ୟବସ୍ଥା ଲାଗି ରହିଛି । କୃଷି ଭିତି ଭୂମିର ଅଭାବ ସାଙ୍ଗକୁ ଆବଶ୍ୟକ ସମୟରେ ସାର, ବିହନ, କୀଟନାଶକ, କୃଷି ଯନ୍ତ୍ରପାତିର ଅଭାବ ସାଙ୍ଗକୁ ଖାଦ୍ୟ ଶସ୍ୟ ସଂରକ୍ଷଣ ଓ ବଜାରର ଅଭାବ କାରଣରୁ କୃଷକମାନେ ଉତ୍ପାଦିତ ସାମଗ୍ରୀର ପ୍ରକୃତ ମୂଲ୍ୟ ପାଇ ନପାରି ଆର୍ଥିକ କ୍ଷତି ସହୁଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଅଖିଳ ଭାରତ କୃଷକ ସଭା ଓ ରାମଚଣ୍ଡୀ କୃଷକ ସଭାର ମିଳିତ ଉଦ୍ୟମରେ ଏକ ବିଶାଳ କୃଷକ ସମାବେଶ ଓ ବିକ୍ଷୋଭ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ୧୦ ଦଫା ଦାବି ନେଇ କୃଷକ ନେତା ରମଣୀ ରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମାବେଶ ରେ ଆଦିକନ୍ଦ ରାଉଳ, ସିପିଆଇ ର ରାଜ୍ୟ ସଂପାଦକ ଅଭୟ ସାହୁ, ଆଶିଷ କାନୁନଗୋ, ପ୍ରଶାନ୍ତ କୁମାର ଚୈାଧୁରୀ, କୈଳାସ ଚନ୍ଦ୍ର ସାହୁ, ହରେକୃଷ୍ଣ ମାଝି, ବିକାଶ ଚନ୍ଦ୍ର ବେହୁରା, ସୁହାନା ବେଗମ ପ୍ରମୁଖ ବକ୍ତବ୍ୟ ରଖି ୬୦ ବର୍ଷ ପରେ ଚାଷୀ ମାନଙ୍କୁ ମାସିକ ୬ ହଜାର ଟଙ୍କା ଭତା ପ୍ରଦାନ, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଧାନର ସହାୟକ କ୍ୱିଣ୍ଟାଲ ପ୍ରତି ସର୍ବନିମ୍ନ ୩ ହଜାର ଟଙ୍କା କରିବା ଓ ମହାକାଳପଡା ଅଂଚଳରେ କେ-ଫର୍ମ ପଟାକୁ ସ୍ଥାୟୀ ପଟା ଭାବେ ମାନ୍ୟତା ଦେବାକୁ ଦାବି ରଖିଥିଲେ । କୃଷକ ନେତାଙ୍କ ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *