ରାତିରେ ଚୋରା ରେ ଚାଲାଣ ହେଉଛି ବାଲି, ରାଜସ୍ୱ ହାନୀ

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ଥିବା ପ୍ରମୁଖ ନଦୀ ମାନଙ୍କରୁ ବାଲି ମାଫିଆ ମାନେ ରାତି ଅଧରେ ଚୋରାରେ ବାଲି ଚାଲାଣ କରୁଥିବା ଦେଖିବାକୁ ମିଳୁଛି । ଗରଦପୁର ତହସିଲ ଅଧିନ ଚିତ୍ରୋତ୍ପଳା ନଦୀର ପନ୍ଦିଆ ପହଣା ବାଲି ଘାଟରୁ ଶହ ଶହ ହାଇୱା ବୋଝେଇ କରି ବିଳମ୍ବିତ ରାତିରେ ବାଲି ଚୋରା ଚାଲାଣ କରାଯାଉ ଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅବାଧରେ ବାଲି ଚୋରା ଚାଲାଣ ହେଉଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ଓ ତହସିଲ ପ୍ରଶାସନ ଜାଣି ଶୁଣି ନିରବ ରହୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏହି ଚୋରା ବାଲି ବୋଝେଇ ଗାଡି ଗୁଡିକ ଥାନା, ତହସିଲ ଅଫିସ ଓ ଆର.ଆଇ ଅଫିସ ଆଗରେ ଯାଉଥିଲେ ମଧ୍ୟ ପୋଲିସ କିମ୍ବା ତହସିଲ କତୃପକ୍ଷ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାଁନ୍ତି । ଅପର ପକ୍ଷରେ ସ୍ଥାନୀୟ ବାସିନ୍ଦା ପ୍ରତିବାଦ କଲେ ବାଲି ମାଫିଆ ମାନେ ସେମାନଙ୍କୁ ଧମକ ଚମକ ଦେବା ଓ ଆକ୍ରମଣର ଭୟ ଦେଖାଉ ଥିବାରୁ ତୁରନ୍ତ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *