ନିର୍ମାଣ ଶ୍ରମିକଙ୍କୁ ସାମାଜିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୋଟ୍ ୨୩ ଜଣଙ୍କୁ ମୃତ୍ୟୁକାଳୀନ ଓ ଅନ୍ତେଷ୍ଟିକ୍ରିୟା ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ୧୨ ଜଣ ଶ୍ରମିକଙ୍କ ପୁଅଝିଅଙ୍କୁ ଶିକ୍ଷାବୃତି ପ୍ରଦାନ କରାଯାଇଥିଲା । ଏହା ସହ ୮୦ଜଣଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର, ୫୦ ଜଣଙ୍କୁ ଅଣସଂଗଠିତ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । କେନ୍ଦ୍ରାପଡ଼ା ଓ ଡେରାବିଶ ବ୍ଲକ୍ର ମୋଟ୍ ୧୮୮ ଜଣ ହିତାଧିକାରୀଙ୍କୁ ୪୬, ୯୮, ୬୦୦/- ଟଙ୍କା ସହାୟତା ରାଶି ଦିଆ ଯାଇଥିଲା । କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଊସକ୍ସରମଗ୍ଧ ଈରଦ୍ଭରଲସଗ୍ଧ ଞକ୍ସବଦ୍ଭଗ୍ଦଲରକ୍ସ (ଊଈଞ) ବା ବ୍ୟାଙ୍କ୍ ଆକାଉଂଟ୍କୁ ସିଧାସଳଖ ଟଙ୍କା ପ୍ରେରଣ ବ୍ୟବସ୍ଥାର ସୁବିଧା ଉଠାଇବାକୁ ଶ୍ରମିକମାନଙ୍କୁ ବୁଝାଇଥିଲେ । ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତି ଆଗାମୀ ଦିନରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତଙ୍କୁ ସହଯୋଗର ଆହ୍ୱାନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳୀ ସେଠୀ, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲ୍, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଅଶୋକ କୁମାର ମୁର୍ମୁ ପ୍ରମୂଖ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦେବାଶିଷ ଜେନା, ସ୍ୱପ୍ନେଶ ପାଢୀ, ବିଶ୍ୱଜିତ ସାହୁ,ଦମୟନ୍ତୀ ରାଉତ, ଦିଲିପ କୁମାର ଦାସ, ରାକେଶ କୁ ମାର ସିଂହ ପ୍ରମୁଖ ସହାୟତା କରିଥିଲେ । ସହକାରୀ ଶ୍ରମ ଅଧିକାରୀ  ଦେବାଶିଷ ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *