ଡାଇମଣ୍ଡ ଜୁବୁଲି ଲାଇବ୍ରେରୀରେ କେନ୍ଦ୍ରମନ୍ତ୍ରୀ ଟୁଡୁ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୈାରାଞ୍ଚଳ ପୁରୁଣା ବସଷ୍ଟାଣ୍ଡରେ ଥିବା ୧୨୬ ବର୍ଷ ପୁରୁଣା ଡାଇମଣ୍ଡ ଜୁବୁଲି ଲାଇବ୍ରେରୀକୁ ପରିଦର୍ଶନ କରିଛନ୍ତି କେନ୍ଦ୍ର ଜଳଶକ୍ତି ଓ ଜନଜାତି କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଗତକାଲି ଅପରାହ୍ନରେ ମନ୍ତ୍ରୀ ଶ୍ରୀ ଟୁଡୁ କେନ୍ଦ୍ରାପଡା ଗସ୍ତ ସମୟରେ ଦଳୀୟ କାର୍ଯ୍ୟକର୍ତାମାନଙ୍କୁ ଭେଟିବା ସହ ପୁରୁଣା ବସଷ୍ଟାଣ୍ଡରେ ଥିବା ଏହି ଐତିହାସିକ ଲାଇବ୍ରେରୀକୁ ପରିଦର୍ଶନ କରିଥିଲେ । ନିଜ ବକ୍ତବ୍ୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କହିଥିଲେ ଯେ, ଲାଇବ୍ରେରୀ କେବଳ ବହିଗୁଡିକର ରହିବା ପାଇଁ ଗୋଦାମ ଘର ନୁହେଁ । ଏହା ହେଉଛି ଜ୍ଞାନ, ଐତିହ, ସଂସ୍କୃତି ଓ ଶିକ୍ଷାର ଅସରନ୍ତି ଝରଣା । ଏହାର ପ୍ରବାହକୁ ବର୍ତମାନ ଓ ଆଗାମୀ ପିଢିଙ୍କ ଜ୍ଞାନ ପରିସର ବୃଦ୍ଧି ପାଇଁ ସବୁଦିନ ପାଇଁ ସୁରକ୍ଷିତ ରଖିବାକୁ ପଡିବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ଲାଇବ୍ରେରୀ ଗସ୍ତ ସମୟରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଲାଇବ୍ରେରୀର ସଂପାଦକ ବୈଦନାଥ ଚାଟାର୍ଜୀ, ବରିଷ୍ଠ ଆଇନଜୀବି ତଥା ସବାପତି ସରୋଜରାଜ ସିଂହ, ଅନ୍ୟତମ ସଦସ୍ୟ ତଥା ପୂର୍ବତନ ପୈାରପାଳ ଧିରେନ ସାହୁ, ମହମ୍ମଦ ଆକବରୀ ଅଲ୍ଲୀ ଓ ବରିଷ୍ଠ ଆଇନଜୀବି ଆଶିଷ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ଲାଇବ୍ରେରୀ ତରଫରୁ ସମ୍ବର୍ଦ୍ଧିତ କରାଯାଇ ଥିଲା ।

Leave a Reply

Your email address will not be published. Required fields are marked *