କେନ୍ଦ୍ରାପଡା

ଟ୍ରେନ୍‌ରୁ ଖସି ଯୁବକ ମୃତ୍ୟୁ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ରଣପଡା ଗ୍ରାମର ସେକ ପାଇଁଙ୍କ ପୁଅ ସେକ ଜହିରୁଦ୍ଦିନ(୩୨) ହାଇଦ୍ରାବାଦ୍ ଯିବାପାଇଁ ଶୁକ୍ରବାର ଦିନ ଭୁନେଶ୍ୱର ରୁ କୋଣାର୍କ ଏକ୍ସପ୍ରେସ ରେ ବସିଥିଲେ । କାଳୁପଡା ନିକଟରେ ସେ ଖସି ଯିବାରୁ ତାଙ୍କ ସାଙ୍ଗରେ ଥିବା ଅନ୍ୟ ଯୁବକମାନେ ତାଙ୍କ ଘରକୁ ଖବର ଦେଇଥିଲେ । ଏନେଇ ପରିବାର ଲୋକ ବହୁ ଖୋଜା ଖୋଜି କରିବା ପରେ ତାଙ୍କ ଶବକୁ ନ ପାଇବାରୁ ଭୁବନେଶ୍ୱର ଥାନା ଏବଂ କାଳୁପଡା ଥାନାରେ ତାଙ୍କ ଭାଇ ସେକ କାଲୋ ଏତଲା ଦେଇଥିଲେ । କାଳୁପଡାର ଏକ ନିଛାଟିଆ ସ୍ଥାନରେ ଶବଟି ପଡିଥିବାର ଦେଖି ସ୍ଥାନୀୟ ଲୋକ କାଳୁପଡା ଥାନାରେ ଖବର ଦେବାପରେ ଥାନା ପକ୍ଷରୁ ପରିବାର ଲୋକଙ୍କୁ ଖବର ଦିଆଯାଇ ଥିଲା । ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଁଚି ଶବକୁ ଚିହ୍ନଟ କରିଥିଲେ । ପୋଲିସ ପକ୍ଷରୁ ଶବ ଚିହ୍ନଟ ହେବାପରେ ପରିବାର କୁ ହସ୍ତାନ୍ତର କରାଯାଇଛି ।

Related Articles

Leave a Reply

Your email address will not be published.

Back to top button