ହାତୀ ଆତଙ୍କ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଗଜରାଜଙ୍କ ଗୁଣ୍ଡା ରାଜ। ବଣୁଆ ହାତୀପଲ ଗାଁରେ ପଶି ଘରଦ୍ଵାର ଦ୍ଭାଙ୍ଗିବା ସହ ଧାନ ଓ ପନିପରିବା ଚାଷ ଖାଇ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଫଳରେ ହାତୀଙ୍କ ଦାଉରୁ ଫସଲ ରକ୍ଷା କରିବାକୁ ଗଛରେ ମଞ୍ଚା ବାନ୍ଧି ରାତି ଦିନ ହାତୀଙ୍କୁ ଜଗି ରହୁଛନ୍ତି ଚାଷୀ। ବାଂଶପାଳ ବ୍ଲକ ବିଜେପି ରେଞ୍ଜ ର ଗୁରୁଡ଼ି ଗାଁରେ ଗତ କିଛି ଦିନ ଧରି ୬ ଟିକିଆ ହାତୀପଲ ଉପଦ୍ରବ ଚଳାଉଛନ୍ତି। ଦିନ ବେଳେ ନିକଟସ୍ଥ ଜଙ୍ଗଲରେ ରହୁଥିବା ବେଳେ ଖାଦ୍ୟ ଅନ୍ୱେଷଣ ରେ ଗାଁ ମୁହାଁ ହୋଇ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରି କ୍ଷୟକ୍ଷତି କରୁଛନ୍ତି। ଅନ୍ୟ ପକ୍ଷରେ ହାତୀଙ୍କ ଦାଉ ରୁ ତାଙ୍କୁ ଓ ତାଙ୍କ ଫସଲ କୁ ସୁରକ୍ଷା ଦବାକୁ ସେମାନେ ସରକାର କୁ ନିବେଦନ କରିଛନ୍ତି ଗ୍ରାମବାସୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *