ଘଟଗାଁ ଥାନା ଅଞ୍ଚଳରେ ଭାଲୁ ଆତଙ୍କ: ଜଣେ ମୃତ

() କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବିଣାଝରୀ ଅଞ୍ଚଳରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ବିଣାଝରୀ ଗାଁର ଚୈତନ୍ୟ ନାଏକ। ଭୋରରୁ ଟିକରପଡା ସାହିରୁ ଜଙ୍ଗଲ ରାସ୍ତା ଦେଇ ନିଜ ଘରକୁ ଆସୁଥିବା ବେଳେ ଭାଲୁ ହାବୁଡ଼ରେ ପଡିଯାଇଥିଲେ। ଭାଲୁଟି ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଘଟଣାସ୍ଥଳରେ ବନବିଭାଗ ଟିମ୍ ପହଁଚି ମୃତଦେହ ଜବତ କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ତଦନ୍ତ ଚଳାଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *