Kendujhar

ଚମ୍ପୁଆରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଚମ୍ପୁଆ : ଚମ୍ପୁଆ ବ୍ଲକ୍ ସଭା ଗୃହ ଠାରେ ଆଜି ଜିଲ୍ଲାପାଳ ଆଶିଷ ଠାକରେ ଙ୍କ ଦ୍ୱାରା ବ୍ଲକ୍ ସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୩୦୪ ଟି ଅଭିଯୋଗରେ ଜିଲ୍ଲାପାଳ ଶୁଣାଣୀ କରିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତଃ ଭତା, ଆବାସ, ରାସନ୍ କାର୍ଡ ଆଦି ପ୍ରସଙ୍ଗ ଉପରେ ଅଭିଯୋଗ ହୋଇଥିବା ବେଳେ ଅନ୍ୟ ଅଭିଯୋଗ ମଧ୍ୟରେ ଚମ୍ପୁଆ ବ୍ଲକ୍ ସହକାରୀ ଯନ୍ତ୍ରୀଙ୍କ ବଦଳି ସହିତ ଚମ୍ପୁଆ ବ୍ଲକ୍ ର ବିଭିନ୍ନ ପଂଚାୟତ ର ଜିଆରଏସ ମାନଙ୍କ ବଦଳି ପାଇଁ ଚମ୍ପୁଆ ବ୍ଲକର ୨୨ ଜଣ ସରପଂଚ ଓ ସମିତି ସଭ୍ୟ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହିତ ରିମୁଳି ପଂଚାୟତ ରେ ଚୋରା ମଦ କାରବାର ଉପରେ ଅବକାରୀ ବିଭାଗର ନିରବତାକୁ ନେଇ ଗ୍ରାମ ର ମହିଳା ମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ରାଉତରାପୁର ପ୍ରାଥମିକ ବିଦ୍ୟାଳୟ ରୁ ଜବର ଦଖଲ ଉଚ୍ଛେଦ ପାଇଁ ବାରମ୍ବାର ତହସିଲ ର ଦୃଷ୍ଟି ଆକର୍ଷଣ ସତ୍ୱେ ତହସିଲ କର୍ତୃପକ୍ଷଙ୍କ ନିରବତା, ଟାଙ୍ଗରନାଳି ଗ୍ରାମରେ ଗ୍ରାମ୍ୟ ରାସ୍ତା ଜବରଦଖଲ, ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାଳିକା ହଷ୍ଟେଲ କାର୍ଯ୍ୟକ୍ଷମ ନ ହେବା, ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି ଓ ଫିଜିଓଥେରାପି ବିଭାଗ ଖୋଲିବା ସମେତ ଚମ୍ପୁଆ ଦେଇ କୋଲକାତାକୁ ସରକାରୀ ବସ ଚଳାଚଳ ପାଇଁ ଦାବୀ ସହିତ କୋଦଗାଡିଆ ପଂଚାୟତରେ ପିଡ଼ିଏସ ଯୋଜନାରେ ଅନିୟମିତତା ନେଇ ତଦନ୍ତ ସତ୍ୱେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥଲା । ଏହି ଅବସରରେ ଜିଲ୍ଲାପାଳ ବ୍ଲକ୍ ର ୪୩ ଜଣ ଦିବ୍ୟାଙ୍ଗଙ୍କୁ ଜିଲ୍ଲା ଖଣିଜ ପାଣ୍ଠି ରୁ ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଚମ୍ପୁଆ ଉପଜିଲ୍ଲାପାଳ ସୁକାନ୍ତ କୁମାର ମାଝୀ, ତହସିଲଦାର ସାଇସସ୍ମିତା ହୋତା, ବିଡ଼ିଓ ଜ୍ୟୋସ୍ନା ନାଏକ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ. ଉମାକାନ୍ତ ସାହୁ, ଡିଏଫଓ ଡିଏଚ ଧନରାଜ୍‌, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିରଂଚି ପ୍ରସାଦ ଦେହୁରୀ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ଙ୍କ ସମେତ ବିଭିନ୍ନ ବିଭାଗର ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button