ଚଳନ୍ତା ୪୦୭ ଗାଡ଼ିରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଚମ୍ପୁଆ : କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ ବାସୁଦେବପୁର ବ୍ରିଜ ନିକଟରେ ଏକ ଚଳନ୍ତା ୪୦୭ ଗାଡ଼ିରେ ଲାଗିଲା ନିଆଁ। ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡିର ଡ଼୍ରାଇଭର।

ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଏକ ୪୦୭ ଗାଡି ବାସୁଦେବପୁର ବ୍ରିଜକୁ ଅତିକ୍ରମ କରୁଥିବା ସମୟରେ ହଠାତ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଗାଡ଼ିରେ ନିଆଁ ଲାଗିଥିବା ଜାଣି ପାରି ତୁରନ୍ତ ଡ଼୍ରାଇଭର ଗାଡ଼ି ଅଟକାଇ ବାହାରକୁ ଚାଲି ଆସିଥିଲେ। ଫଳରେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ସର୍ଟସର୍କିଟରୁ ଗାଡ଼ିରେ ନିଆଁ ଲାଗିଥିବା ଜଣାପଡିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *