Kendujhar
ହନ୍ତସନ୍ତ ହେଉଛନ୍ତି ବନ୍ୟା ବିପନ୍ନା

କେନ୍ଦୁଝର: ଉପର ମୁଣ୍ଡରେବର୍ଷା ଯୋଗୁ ବଢୁଛି ବୈତରଣୀ ନଦୀ ଜଳସ୍ତର। ଯାହାକୁ ନେଇ ତଳିଆ ଅଞ୍ଚଳ ଲୋକ ଆତଙ୍କିତ ହୋଇପଡିଛନ୍ତି। ତେବେ ଆନନ୍ଦପୁର ଉପଖଣ୍ଡରେ ଗାଁ ଭିତରେ ବନ୍ୟା ଜଳ ପ୍ରବେଶ କରିବା ସହ ଟୁକୁଣା ଶିବ ମନ୍ଦିର ମଧ୍ୟ ପାଣିରେ ବୁଡି ଯାଇଛି । ସେହିପରି ଘଷିପୁରା ବ୍ଲକ ସାଳଦେଇ,ନପଗାଁ,ବେଲଦା ଗ୍ରାମ ପାଣି ଘେରରେ ଅଛନ୍ତି। ଅନ୍ୟପଟେ ପ୍ରଶାସନିକ ସ୍ତରରେ ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଉପଜିଲ୍ଲପାଳ। ସେପଟେ ବୈତରଣୀର ଶାଖା କାଣୀ ନଦୀର ବ୍ରହ୍ମଚାରୀପାଟଣାରେ ପୁଣି ଘାଇ। ମରାମତି ହୋଇଥିବା ଘାଇର ୧୦ ଫୁଟ ଲମ୍ବର ଅସ୍ଥାୟୀ ବନ୍ଧ ବନ୍ୟାଜଳ ରେ ଭାସିଗଲା। ଘାଇ ଯୋଗୁଁ ବ୍ୟାପକ ଅଂଚଳ ହେଲା ଜଳମଗ୍ନ।