କେନ୍ଦୁଝରର ଏକ କୋଚିଂ ସେଣ୍ଟରରେ ସାପ କାମୁଡାରେ ୩ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଓ ୨ଜଣ ଗୁରୁତର

Spread the love

କେନ୍ଦୁଝର : କେନ୍ଦୁଝର ର ଏକ କୋଚିଂ ସେଣ୍ଟରରେ ରେ ସାପ କାମୁଡାରେ ୨ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କର ମୃତ୍ୟୁ ସହ ୨ ଜଣ ଗୁରୁତର ହେବା ଘଟଣାକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏଥପାଇିଁ ପ୍ରଶାସନର ଅବହେଳାକୁ ଦାୟୀ କରାଯାଇଛି । ଗୁରୁତର ଦୁଇ ଜଣଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନନ୍ତରିତ କରାଯାଇଛି । ଏହି ଘଟଣା କେନ୍ଦୁଝର ଜିଲ୍ଲା ଚମ୍ପୁଆ ବକ୍ଳ ର ଜାଲି ପଞ୍ଚାୟତର ନିଶ୍ଚିତପୁର ଠାରେ ରହିଥିବା ବଟକୃଷ୍ଟ କୋଚିଂ ସେଣ୍ଟର ନାମକ ଏକ ଘରୋଇ କୋଚିଂ ସେଣ୍ଟରରେ ଘଟିଛି । ଏହି ସେଣ୍ଟରଟି ପ୍ରାୟ ୧୫ ବର୍ଷ ଧରି ଚାଲିଥିବା ବେଳେ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୧୬ ଜଣ ଛାତ୍ର ଛାତ୍ରୀ ପାଠ ପଢି ଆସୁଛନ୍ତି । ଗତ ଶନିବାର ରାତିରେ ପିଲାମାନେ ଖାଇ ପିଇ ଶୋଇଥିବା ବେଳେ ତିନିଜଣ ଛାତ୍ର ଛାତ୍ରୀଙ୍କୁ ସାପ କାମୁଡିଥିବା ଅଭିଯୋଗ ହୋଇଥିଲା । ପରେ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ସାପର ଦଂଶନର ଶୀକାର ହୋଇଥିଲେ । ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଛାତ୍ରୀ ଓ ଛାତ୍ର ହେଲେ ସ୍ନେହାଶିଷ ନାଏକ , ଏଲିନା ନାଏକ ଓ ରାଜା ନାଏକ । ଏଠାରେ କୋଚିଂ ସେଣ୍ଟର ମାଲିକ ପ୍ରତ୍ୟେକ ପିଲାଙ୍କ ଠାରୁ ବାର୍ଷିକ ୨୦ ହଜାର ଟଙ୍କା ଲେଖାଁଏ ନେଇ ପାଠ ପଢାଉଥିଲେ । କିନ୍ତୁ ଅଭିଭାବକ ମାନଙ୍କ କହିବାନୁଶାରେ ପିଲାମାନେ ରହୁଥିବା ଓ ପଢୁଥିବା ଏହି କୋଚିଂ ସେଣ୍ଟରର ଅସ୍ୱାସ୍ଥ କର ପରିବେଶ ସଙ୍ଗକୁ କବାଟରେ ଫାଙ୍କ ରହୁତିବା ସମ୍ପର୍କରେ ବାରମ୍ବାର ସେଣ୍ଟର ମାଲିକଙ୍କୁ ଅବଗତ କରାଇ ତୁରନ୍ତ ଠିକ କରିବାକୁ କହିଥିଲଲେ ମଧ୍ୟ ସେ କର୍ଣ୍ଣପାତ କରିନଥିବା କହଛନ୍ତି । ଯାହାର ପରିଣତି ଏବେ ଦେଖିବାକୁ ମିଳିଛି । ଏଠାରେ ପେିଲାଙ୍କ ପାଇିଁ ଶୋଇବା ପାଇିଁ ଖଟ ନଥିବାରୁ ପିଲାମାନେ ଚଟାଣରେ ଶୋଉଥିଲେ । ବିଶେଷଜ୍ଞ ମାନଙ୍କ ମତରେ ଗୋଟିଏ ସାପ ଥରକରେ ଏତେ ସଂଖ୍ୟକ ପିଲାଙ୍କୁ ଦଂଶନ କରିବା ସମ୍ଭବ ନୁହେିଁ । ତେବେ ପିଲାମାନେ ଶୋଇଥିବା କୋଠରୀରେ ଏକାଧିକ ସାପ ପଶିଥିଲେ ନା ପିଲାଙ୍କ ମୃତ୍ୟ ପଛରେ ଅନ୍ୟ କିଛି କାରଣ ଅଛି । କିମ୍ବା ଫୁଡ୍ ପଏଜନିଂ ଏହା ପଛର କାରଣ ତାହା ଏବେ ସ୍ପଷ୍ଟ ହୋଇ ପାରିନାହିଁ । କଟକ ସ୍ଥାନାନ୍ତର ହୋଇଥିବା ଦୁଇଜଣ ହେଲେ ଆକାଶ ନାଏକ ଓ ଯେଗେଶ୍ୱରୀ ମହାନ୍ତ । ଏହି ଘଟଣାକୁ ଜିଲ୍ଲ।।ପାଳ ଅତି ଗୁରତର ଭାବେ ଗ୍ରହଣ କରିବା ସହ ତୁରନ୍ତ ତଦନ୍ତ କରି ରିପୋର୍ଟ ତଲବ କରିଛନ୍ତି । ଏବଂ କୋଚଂ ସେଣ୍ଟର ଚଳାଇବା ପାଇିଁ ରହିଥିବା ବିଧି ବ୍ୟବସ୍ଥା ଅନୁପାଳନ ହୋଇଛି କି ନାହିଁ ତାହା ଅନୁଧ୍ୟନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇିଁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଚମ୍ପୁଆ ତହସିଲଦାରଙ୍କ ସହ ବ୍ଳକ ଶିକ୍ଷା ଅଧିକାରୀ , ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ କୋଚିଂ ସେଣ୍ଟର ଯାଇ ତଦନ୍ତ କରିଥିବା ଜଣା ପଡିଛି । ଖଗେଶ୍ୱର ମହାନ୍ତ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକ ଏହି କୋଚିଂ ସେଣ୍ଟର ଚଲାଉଥିଲେ । ସୂଚନାଯୋଗ୍ୟ ଯେ, ଗତ କିଛିଦିନ ତଳେ କେନ୍ଦୁଝର ସହର ମଧ୍ୟରେ ଏକ ଘରୋଇ କୋଚିଂ ସେଣ୍ଟରରେ ବିଷାକ୍ତ ସାପ ଦଂଶନରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ ।

Leave a Reply

Your email address will not be published. Required fields are marked *