କେନ୍ଦୁଝର : ଟିପ ଚିହ୍ନ ହିଁ ୬ ବର୍ଷ ପରେ ବି ଭିନ୍ନକ୍ଷମ ପୁଅକୁ ଫେରାଇ ଆଣିଲା ପରିବାର ନିକଟକୁ

Spread the love

କେନ୍ଦୁଝର : ଟିପ ଚିହ୍ନ କେବଳ ଚିହ୍ନଇ ଦେଲା ନାହିଁ  ବରଂ ପରିବାରର  ପୁଅକୁ  ପରିବାର ନିକଟକୁ ଫେରାଇ ଆଣିବାରେ ସକ୍ଷମ ହେଲା । ଏଭଳି ଏକ ମର୍ମସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରରେ । ଛଅ ବର୍ଷ ତଳର ଘଟଣା । ଗତ ୨୦୧୭ ମସିହା ଜୁନ ମାସ ଦୁଇ ତାରିଖ ।  ସେଦିନ ଏକ ୧୩ ବର୍ଷର ଭିନ୍ନକ୍ଷମ ତଥା ମୂକ ବଧିର ନାବାଳକ କେନ୍ଦୁଝର ସହର ବଜାରରେ ଅତି ଅସହାୟ ଭାବେ କାନ୍ଦି କାନ୍ଦି ବୁଲୁଥିବାର ଦେଖିବାକୁ ମିଳିଥିଲା । ଏ ସଂପର୍କରେ ଖବର ପାଇ କେନ୍ଦୁଝର ଶିଶୁ ମଙ୍ଗଳ ସମିତି କର୍ମକର୍ତା ନାବାଳକକୁ ଉଦ୍ଧାର କରିଥିଲେ । କିନ୍ତୁ ନାବାଳକଟି ମୂକ ବଧିର ହୋଇ ଥିବାରୁ ତା ଠାରୁ ତାର ଘର ଠିକଣା କିମ୍ବା ସହର ଠିକଣା କିମ୍ବା ନାମ, ଗ୍ରାମ ଆଦି କିଛି ହେଲେ ବି ସୂଚନା ମିଳି ପାରି ନଥିଲା । ଅର୍ଥାତ କହି ପାରୁ ନଥିଲା । କେବଳ ଯାହା ବିକଳ ହୋଇ କାନ୍ଦୁଥିଲା । ଫଳରେ  ଭିନ୍ନକ୍ଷମ ନାବାଳକ  ଶିଶୁଟିର ସୁରକ୍ଷା ଦୃଷ୍ଟିରୁ ତାକୁ ତେଲକୋଇସ୍ଥିତ ଭିନ୍ନକ୍ଷମ ସଂସ୍ଥାକୁ ପଠାଇ ଦିଆ ଯାଇଥିଲା ।  ଏବଂ  ନାବାଳକ ଶିଶୁଟି ସମ୍ପର୍କରେ କିଛି ଜାଣିବା ପାଇିଁ ମୁଦ୍ରିତ ଗଣମାଧ୍ୟମ ସଙ୍ଗକୁ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରଚାର ପ୍ରସାର କରାଗଲା । ହେଲେ ତାର ପରିବାର ଲୋକଙ୍କର କୌଣସି ସୂଚନା ମିଳିପାରି ନଥିଲା । କିନ୍ତୁ ଏବେ ଦୀର୍ଘ ଛଅ ବର୍ଷ ପରେ ତାର  ଆଧାର କାର୍ଡି ବନାଇବା ପାଇିଁ ଟିପ ଚିହ୍ନ ନେବା ପରେ  ପୂର୍ବରୁ ତାର  ଆଧାର କାର୍ଡ ରହିଥିବା  ଜଣା ପଡିଥିଲା । ଏବଂ ସେହି ଆଧାର କାର୍ଡରୁ ହିଁ ଭିନ୍ନକ୍ଷମ  ନାବାଳକ  ଅନେକ ସୂଚନା ମିଳିଯାଇଥିଲା ।  ଏବଂ ସେ ଭିନ୍ନକ୍ଷମ ନାବାଳକଟି ବିହାର ରାଜ୍ୟର ଦରଭଙ୍ଗା ଜିଲ୍ଲାର ରାମ କିଶୋର ଯାଦବଙ୍କ ପୁଅ ବୋଲି ଜଣା ପଡିଥିଲା । ପ୍ରଶାସନ ପକ୍ଷରୁ ରାମ କିଶୋର ଯାଦବଙ୍କ ସହ ଯୋଗା ଯୋଗ କରାଯିବା ପରେ ସେ ମଙ୍ଗଳବାର ଦିନ ଆସି କେନ୍ଦୁଝର ରେ ପହହଞ୍ଚିଛନ୍ତି । କେନ୍ଦୁଝରରେ ପହଞ୍ଚିବା ପରେ ସେ ସେ ତାଙ୍କ ହଜିଲା ପୁଅକୁ ପାଇ ଖୁସିରେ  ଅଧିର ହୋଇ ଉଠି କହିଛନ୍ତି ଯେ କୃଷ୍ଣଙ୍କୁ ବାସୁଦେବ ସିନା ଜନ୍ମ ଦେଇଥିଲେ କିନ୍ତୁ ନନ୍ଦରାଜ ତାକୁ ପାଳିଥିଲେ । ଯାହାର ଉଦାହରଣ  ମୋ ପୁଅ କ୍ଷେତ୍ରରେ ଘଟିଛି ବୋଲି କହିଚନ୍ତି । ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କର କହିବା କଥା ଯେ ଅନେକ ଚେଷ୍ଟା ପରେ ଅନେକ ବର୍ଷ ପରେ ଆଜି ପରିବାର ତାର ହଜିଲା ପୁଅକୁ ଫେରି ପାଇଛି । ଏହା ଏକ ଅତି ଆନନ୍ଦର ମୁହୁର୍ତ୍ତ ।

Leave a Reply

Your email address will not be published. Required fields are marked *