କେନ୍ଦୁଝର:ଜୁନ୍ ମାସ ପାଇଁ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣୀକାର୍ଯ୍ୟକ୍ରମ

କେନ୍ଦୁଝର : ୨୦୨୩ ମସିହା ଜୁନ୍ ମାସ ପାଇଁ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ପ୍ରକାଶ ପାଇଛି । ଏହି ଅନୁଶାରେ ତା୦୫.୦୬.୨୦୨୩ରିଖ ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାରହଲ୍ ଠାରେ, ତା୧୨.୦୬.୨୦୨୩ରିଖ ସୋମବାର ଦିନ ଘଷିପୁରା ବ୍ଲକ୍ କାର୍ଯ୍ୟାଳୟଠାରେ, ତା୧୯.୦୬.୨୦୨୩ ରିଖ ସୋମବାର ଦିନ ଯୋଡା ବ୍ଲକ୍ କାର୍ଯ୍ୟାଳୟଠାରେ ଏବଂ ତ୨୬.୦୬.୨୦୨୩ ରିଖ ସୋମବାର ଦିନ ବାଂଶପାଳ ବ୍ଲକ୍ କାର୍ଯ୍ୟାଳୟଠାରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ଏହି ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସଂପର୍କରେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଆଶିଷ ଠାକରେ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍ ବ୍ୟତୀତ କାର୍ଯ୍ୟସୂଚୀ ଅନୁଯାୟୀ ଅଭିଯୋଗ ଶୁଣାଣୀ ସ୍ଥାନମାନଙ୍କରେ ଚିକିତ୍ସା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଶ୍ରମ, ଜଳସେଚନ, ଉଠା ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଯୋଗାଣ ବିଭାଗ, ଜଳଛାୟା ବିଭାଗ ତରଫରୁ (ନିର୍ଦ୍ଧାରିତ ସ୍ଥାନ ଅନୁଯାୟୀ) ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଆଶିଷ ଠାକରେ ନିର୍ଦ୍ଦେଶ ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *