କେନ୍ଦୁଝରରେ ବିଷାକ୍ତ ମଦ ନେଉଛି ଜୀବନ : କୋଡିଏରୁ ଉର୍ଦ୍ଧଙ୍କର ଗଲାଣି ଜୀବନ

Spread the love

କେନ୍ଦୁଝର : କେନ୍ଦୁଝରରେ ବିଷାକ୍ତ ମଦ ନେବାରେ ଲାଗିଛି ଲୋକଙ୍କର ଜୀବନ । ଇତି ମଧ୍ୟରେ ବିଷାକ୍ତ ମଦ୍ୟପାନ କରି ୨୦ରୁ ଉର୍ଦ୍ଧ ପୁରୁଷ ଓ ମହିଳାଙ୍କର ଜୀବନ ଗଲାଣି । ରାଜସ୍ୱ ପାଇବା ଲୋଭରେ ସରକାର ଗାଁ ଗାଁରେ ମଦ ଦୋକାନ ଖୋଲି ଦେଇଛନ୍ତି । ଫଳରେ ଏହି ମଦ ଭାଟି ଲୋକଙ୍କ ପାଇିଁ ଅଭିଶାପ ପାଲଟିଅଛି ଏବଂ ଅପମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କମ୍ ବୟସ ଠାରୁ ବୃଦ୍ଧ ବୃଦ୍ଧା ଆଦି ବିଭିନ୍ନ ବର୍ଗର ଲୋକଙ୍କୁ ଘାରିଛି ଅଳ୍ପ ପାଇସାରେ ଦେଶୀ ମଦ ନିଶାର ଲୋଭ । ସେହି ମଦ ପିଇ ଅକାଳରେ ପରିବାର ଲୋକ ମୃତ୍ୟୁ ବରଣ କରୁଥିବା ବେଳେ ଛାର ଖାର ହୋଇ ଯାଉଛି ପରିବାର ।

କେନ୍ଦୁଝରରେ ଏଭଳି ଏକ ଗାଁ ଅଛି ଯେଉଁ ଗାଁ ରେ ଦେଖିବାକୁ ମିଳିଛି ଏହି ଶସ୍ତା ମହୁଲି ମଦ ର କରୁଣ ବିଭିଷୀକା । କେନ୍ଦୁଝର ସଦର ବ୍ଳକର ଶଙ୍କରପୁର ଗାଁ । ଏହି ଗାଁର ମୁଣ୍ଡା ସାହୀ ମଝିରେ ରହିଛି ଏକ ଦେଶୀ ମହୁଲି ମଦ ଭାଟି । ଏହି ଦେଶୀ ମଦ ଭାଟିଟି ଗାଁର ଗୋଟିଏ ପରେ ଗୋଟିଏ ଜୀବନ ନେଇ ଚାଲିଛି । ଜଣେ ନୁହେଁ କି ଦୁଇ ଜଣ ନୁହଁ ଶଙ୍କରପୁର ମୁଣ୍ଡା ସାହୀରେ ପ୍ରାୟ ୨୦ ରୁ ଉର୍ଦ୍ଧ ପୁରୁଷ ମହିଳାଙ୍କ ଅକାଳ ମୃତ୍ୟର କାରଣ ହୋଇଛି ଗାଁର ଏହି ଦେଶୀ ମହୁଲି ମଦ ଭାଟି ବୋଲି ଅଭିଯୋଗ କରିଛନ୍ତି ଗାଁର ଲୋକମାନେ । ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ସ୍ୱରୂପ ମୁଣ୍ଡାଙ୍କ କଥାକୁ ବିଚାରକୁ ନିଆଯାଉ । ପୂଜାଙ୍କ କହିବାନୁସ।ରେ ତାଙ୍କ ସ୍ୱାମୀଙ୍କ ବୟସ ମାତ୍ର ୨୫ ବର୍ଷ । କିନ୍ତୁ ତିନିବର୍ଷ ତଳୁ ସେ ବିଧବା ହୋଇ ସାରିଲେଣି । ଅର୍ଥାତ ତିନିବର୍ଷ ତଳୁ ତାଙ୍କ ସ୍ୱାମୀ ରମିନ ମୁଣ୍ଡାଙ୍କର ଅକାଳ ମୃତ୍ୟୁ ହୋଇଥିଲା । ସବୁଠାରୁ ବଡ କଥା ହେଉଛି ସ୍ୱାମୀ ଥିବା ବେଳେ ସେ କାମଧନ୍ଦା କରି ପରିବାର ଚଳାଉଥିଲେ । କିନ୍ତୁ ଏବେ ବିଧବା ପୂଜା ନିଜ କଥା ବୁଝିବା ମୁସ୍କିଲ । ବିଧବା ଭତ୍ତା କିମ୍ବା କୌଣସି ସରକାରୀ ନଥିବାରୁ ବିଲ ବାଡିରେ କାମ କରି ଚଳୁଛନ୍ତି ପୂଜା। କୌଣସି ଦିନ କାମ ନପାଇଲେ ଭୋକ ଉପବାସରେ ରହିବାକୁ ବାଧ୍ୟ ହେଉଛନ୍ତି । ଅନୁରୁପ ଭାବେ ମୀନା ମହାନ୍ତଙ୍କ ସ୍ୱାମୀ ବିରେନ୍ଦ୍ର ମହାନ୍ତ ଗାଁର ସେହି ମଦ ଭାଟିରେ ମଦ ରାନ୍ଧିବା କାମ କରୁଥିଲେ ଏବଂ ଦିନ ରାତି ସବୁବେଳେ ନଖାଇ ନପିଇ ସେହି ଭାଟିରୁ ମଦ ପିଇ ରହୁଥିଲେ । ମଦ ମାଲିକ ମଧ୍ୟ ନିଶା ଅଧିକ କରିବା ପାଇିଁ ପ୍ରସ୍ତୁତ କରୁଥିବା ମଦରେ ଅଧିକ ମଳିକା ଓ ନିଶା ବଟିକା ଭଳି ବିଷାକ୍ତ ଦ୍ରବ୍ୟ ମିଶାଇ ଥାଆନ୍ତି । ଫଳରେ ସେହି ବିଷାକ୍ତ ମଦ ପାନକରି ଲୋକେ ମରୁଛନ୍ତି । ଏଭଳି ଏହି ଗାଁରେ ମଦ ମୃତ୍ୟୁର ରହିଛି ଅନେକ ଦୁଖଃଦ କାହାଣୀ । ଅନ୍ୟ ମାନଙ୍କ ମଧ୍ୟରେ ଏହି ମଦ ମୃତ୍ୟୁ କାହାଣୀରେ ଯୋଡି ହୋଇ ଯାଇଛି ମାନା ମହାନ୍ତ, ଟିକ ମହାନ୍ତ ଆଦି ଭଳି ଅନେକ ନାମ । ଜିଲ୍ଲା ଅବକାରୀ ବିଭାଗ ଅଧ୍ୟକ୍ଷ ନାରାୟଣ ମେହରଙ୍କ କହିବା କଥା ହେଉଛି ଯେ, ଶଙ୍କରପୁର ମୁଣ୍ଡା ସାହୀରେ ଥିବା ମଦ ଭାଟିରେ ପ୍ରସ୍ତୁତ ମଦ ଶଙ୍କରୀ, ଗୋବର୍ଦ୍ଧନ, ସଦରପଡା ଅଞ୍ଚଳର ଦୋକାନରେ ବିକ୍ରୀ କରିବାର ଅନୁମତି ରହିଛି । ବିଶେଷ ଭାବେ ଦେଶୀ ପଦ୍ଧତିରେ ଏଠାରେ ମହୁଲି ମଦ ପ୍ରସ୍ତୁତ ହୋଇଥାଏ । ଏହି ଭାଟି ଓ ଦୋକାନର ମାସିକ ଲାଇସେନ୍ସ ଫି ୩ ଲକ୍ଷ ୨୯ ହଜାର ୫୦୦ ଟଙ୍କା । ମଦରେ ବିଷାକ୍ତ ଦ୍ରବ୍ୟ ମିଶୁଥିବା ସମ୍ପର୍କରେ ତାଙ୍କ ପାଖରେ ଖବର ନାହିଁ । ଅଭିଯୋଗ ଆସିଲେ ତଦନ୍ତ ହେଇ ପଦ କ୍ଷେପ ନିଆଯିବ ।

Leave a Reply

Your email address will not be published. Required fields are marked *