ରଜାବନ୍ଧ ମା ବନଦୁର୍ଗା ବନ ସଂରକ୍ଷଣ ସମିତିର କର୍ମକର୍ତା ଚୟନ

Spread the love

ଚମ୍ପୁଆ : ଚମ୍ପୁଆ ବ୍ଲକ ଷଡ଼ଙ୍ଗୀ ପଂଚାୟତ ଅନ୍ତର୍ଗତ ରଜାବନ୍ଧ ଗ୍ରାମର ମା ବନଦୁର୍ଗା ବନ ସଂରକ୍ଷଣ ସମିତି ଆନୁକୂଲ୍ୟରେ ବାପୁଜୀ କ୍ଲବ ପରିସରରେ ଜଙ୍ଗଲ ସଚେତନତା ସଭା କରାଯାଇ ମା ବନଦୁର୍ଗା ବନ ସଂରକ୍ଷଣ ସମିତିର ନୂତନ କର୍ମକର୍ତା ଚୟନ କରାଯାଇଛି । ସମିତିର ଉପଦେଷ୍ଟା ଶ୍ରୀ ଅନାଦି ଚରଣ ମହାନ୍ତଙ୍କ ସଭାପତିତ୍ୱରେ ହୋଇଥିବା ସଚେତନତା ସଭାରେ ଅଥିତି, ବକ୍ତା ଭାବେ ବନ ବିଭାଗୀୟ ଅଧିକାରୀ ଉଖୁଣ୍ଡା ବନପାଳ ଶ୍ରୀ ପ୍ରମୋଦ କୁମାର ବେହେରା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତ, ପୂର୍ବତନ ସରପଂଚ ନଗେନ୍ଦ୍ର ନାଥ କର, ସମାଜସେବୀ ଶତ୍ରୁଘ୍ନ କର, ଗ୍ରାମର ଭଦ୍ରବ୍ୟକ୍ତି ବଳଭଦ୍ର ମହାନ୍ତ, ଫକୀର ଚରଣ ମହାନ୍ତ, ପ୍ରମୁଖ ଯୋଗଦେଇ ବନ୍ୟପ୍ରାଣୀ ସୁରକ୍ଷା ଓ ଜଙ୍ଗଲ ର ସୁରକ୍ଷା ବାବଦରେ ଗ୍ରାମବାସୀ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଜୀବ ଜଗତ ପାଇଁ ବୃକ୍ଷର ଆବଶ୍ୟକତା, ମହତ୍ୱ ଓ ଉପକାରିତା ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ । ସଭା ପରେ ବନ ସମିତିର ପରିଚାଳନା ପାଇଁ ସର୍ବ ସମତି କ୍ରମେ ନୂତନ କର୍ମକର୍ତା ଭାବେ ସଭାପତି – ଶ୍ରୀ ସୁନାରାମ ମହାନ୍ତ, କୋଷାଧ୍ୟକ୍ଷ- ଚତୃର୍ଭୁଜ ମହାନ୍ତ ଓ ସଦସ୍ୟ ଭାବେ ଶ୍ରୀମତୀ ଭଗବତୀ ମହାନ୍ତ, ସାବିତ୍ରୀ ମହାନ୍ତ, ସସ୍ମିତା ମହାନ୍ତ, ପ୍ରଭାତୀ ମହାନ୍ତ ପ୍ରମୁଖଙ୍କୁ କମିଟିର ଦାଇତ୍ୱ ନ୍ୟସ୍ତ କରାଯାଇ ଥିଲା । ଏଥିରେ ଗ୍ରାମର ଯୁବକ ସଂଘ, ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟା ଆଦି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *