Kendujhar

ଘଟଗାଁର ଦ୍ଵିତୀୟ ସୁଯୋଗ ଯୋଜନାର ସଫଳତା

ଘଟଗାଁ : ଅଗ୍ରଣୀ ସ୍ଵେଚ୍ଛାସେବୀ ଶିକ୍ଷାଅନୁଷ୍ଠାନ ପ୍ରଥମ ଘଟଗାଁ ବ୍ଲକରେ ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥି ଓ ମହିଳାମାନଙ୍କୁ ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ କାର୍ଯ୍ୟରେ ସହାୟକ ହୋଇଛି । ଚଳିତ ବର୍ଷ ଘଟଗାଁ, ଉପରଡି଼ହା, ବାଲିଯୋଡି, ନାକଝରୀ, ମଧୁପୁର, ବେଢାପାଳ, ଅର୍ଜୁନବିଲା ଆଦି ଗ୍ରାମର ୭୫ ଜଣ ବିଦ୍ୟାର୍ଥୀ ପୁଅ ଓ ଝିଅ ୨ୟ ସୁଯୋଗ ଯୋଜନାରେ ଅଧ୍ୟୟନ କରି ୬୮ଜଣ ବିଦ୍ୟାର୍ଥୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦିତୀୟ ସୁଯୋଗରେ ୯୧ ପ୍ରତିଶତ ଫଳାଫଳ ହୋଇଥିବା ଜଣାପଡିଛି । ଏଥିପାଇଁ ପ୍ରଥମ ଅନୁଷ୍ଠାନର ତତ୍ଵାବଧାରକ ପ୍ରହଲ୍ଲାଦ ପ୍ରଧାନ, ଭାଷା ଶିକ୍ଷକ ଅଭିମନ୍ୟୁ ସେଠୀ, ଗଣିତ ଶିକ୍ଷକ ସର୍ବେଶ୍ଵର ସାହୁ, ସଂସ୍କୃତ ଶିକ୍ଷକ ପୂର୍ଣଚନ୍ଦ୍ର କାର୍ଜୀ, ଇଂଗ୍ରାଜୀ ଶିକ୍ଷକ ନୀଳମଣୀ ନାଥ ଓ ବିଜ୍ଞାନ ଶିକ୍ଷକ ଇତିସ୍ମିତା ପଣ୍ଡା, ପ୍ରୋଗ୍ରାମ କୋଡି଼ନେଟର ରାମ ପ୍ରସାଦ ମହାନ୍ତି ଏବଂ ରାଜ୍ୟ ସଂଯୋଜିକା ପୁଷ୍ପାଞ୍ଜଳୀ ପରିଡାଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି ।

Related Articles

Leave a Reply

Your email address will not be published.

Back to top button