ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଲୁଅଝରଣ ଗାଁରେ ଖେମକା କମ୍ପାନୀର ଗାଡି ଚଳାଚଳକୁ ନେଇ ଗ୍ରାମବାସୀଙ୍କ ବିରୋଧ ଦେଖିବାକୁ ମିଳିଛି। ସ୍ଥାନୀୟ ଖେମକା କମ୍ପାନୀକୁ ଭାରିଯାନ ଚଳାଚଳ ଯୋଗୁଁ ଆଲୁଅଝରଣ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏପରିକି ଗାଁ ଠାରୁ ଚାଷ ଜମିକୁ ଯାଇଥିବା ଜଙ୍ଗଲ ରାସ୍ତାଟି ଭାରୀଯାନ ଚଳାଚଳ ଯୋଗୁଁ ଚାଷ ଜମିକୁ ଯିବାରେ ଏବଂ ସମ୍ପୃକ୍ତ ରାସ୍ତାଟି ଖରାପ ହେଉଥିବା ପ୍ରକାଶ କରିଛନ୍ତି। ଏ ନେଇ ଗ୍ରାମବାସୀ ମାନେ କମ୍ପାନୀ କର୍ତ୍ତୃପକ୍ଷକୁ ଅବଗତ କରାଇଥିଲେ ମଧ୍ୟ ପୁନଶ୍ଚ ଭାରୀଯାନ ଚଳାଚଳକୁ ନେଇ ସେମାନେ କ୍ଷୋଭ ପ୍ରକାଶ କରିବା ସହ ବିରୋଧ କରିଛନ୍ତି। ଯଦି କମ୍ପାନୀ କର୍ତ୍ତୃପକ୍ଷ ଏ ନେଇ ବିହିତ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଗ୍ରାମବାସୀଙ୍କ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ଏ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।
Naxatra News is now on Whatsapp
Join and get latest news update delivered to you via whatsapp
Join Now