ଖୋର୍ଧା

ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ, ଜଣେ ଗୁରୁତର

ଖୋର୍ଦ୍ଧା : ୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡ ବରଡ଼ି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ଗଞ୍ଜାମ ଜିଲ୍ଲା ଗୋସାଣି-ନୂଆଗାଁ ଥାନା ଅଂଚଳର ଦେବରାଜ ମଣ୍ଡଳଙ୍କ ପୁଅ ଶିବ ମଣ୍ଡଳ ।

ପୋଲିସର ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ଗୋସାଣି-ନୂଆଗାଁ ଥାନା ଅଂଚଳର ଦେବରାଜ ମଣ୍ଡଳଙ୍କ ପୁଅ ଶିବ ମଣ୍ଡଳ ସହଯୋଗୀ ସମୀର ମଣ୍ଡଳଙ୍କ ସହ ବାଇକ ଯୋଗେ ଖୋର୍ଦ୍ଧାରୁ ବ୍ରହ୍ମପୁରକୁ ଯାଉଥିଲେ । ତେବେ ଆଜି ଭୋର ସମୟରେ ନାଚୁଣି ଥାନା ହରିକୁଣ୍ଡ ବରଡ଼ି ଛକରେ ବାଇକଟି ଭାରସାମ୍ୟ ହରାଇ ଡିଭାଡରରେ ଧକ୍କା ଦେଇଥିଲା । ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ଗୁରୁତର ଦ୍ୱୟଙ୍କୁ ଆମ୍ବୁଲାନ୍ସରେ ଭର୍ତି କରି ଚିକିତ୍ସା ପାଇଁ ବାଲୁଗାଁ ମେଡିକାଲ ପଠାଇଥିଲେ ।ହେଲେ ସେଠାରେ ଶିବଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ନାଚୁଣୀ ପୋଲିସ ବାଲୁଗାଁ ମେଡିକାଲରେ ପହଂଚି ମୃତକଙ୍କ ଶବ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

Related Articles

Leave a Reply

Your email address will not be published.

Back to top button