Nuapada

ଆଦିବାସୀ ବହୁଳ ଗ୍ରାମ ଶିର୍ଲିର ଦୃଶ୍ୟ : ଶୋଚନୀୟ ସଡ଼କ, ସଡ଼କ ଉପରେ ବର୍ଷା ଜଳ ପ୍ରବାହିତ

ନୂଆପଡ଼ା : କେନ୍ଦ୍ର ସହିତ ରାଜ୍ୟ ସରକାର ୫ ଗୋଟି ସମସ୍ୟାକୁ ଦୂରୀକରଣ କରିବା ପାଇଁ ପ୍ରୟାସ କରୁଥିବା ଡିଣ୍ଡିମ ପିଟୁଛନ୍ତି । ତାହା ହେଲା ଗମନାଗମନ ପାଇଁ ରାସ୍ତା, ସ୍ୱାସ୍ଥ୍ୟ, ଖାଦ୍ୟ, ଶିକ୍ଷା ଓ ରହିବା ପାଇଁ ଆବାସ । ସରକାରଙ୍କ ଯୋଜନା କେତେକାଂଶରେ ସଫଳ ହେଉଥିବା ବେଳେ କେତେକାଂଶରେ ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ସମସ୍ୟା ଗୁଡିକ ଦୂରୀକରଣ ହୋଇ ପାରୁନାହିଁ । ଏହିପରି ଏକ ରାସ୍ତାର ଦୁରାବସ୍ଥା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଆଦିବାସୀ ବହୁଳ ଗ୍ରାମ ଶିର୍ଲିରେ । ଗାଁ ଦାଣ୍ଡର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡି ଥିବା ବେଳେ ସଡ଼କ ଉପରେ ଚଳିତ ଲଘୁଚାପ ବର୍ଷାର ଜଳ ପ୍ରବାହିତ ହେଉଅଛି । ଉକ୍ତ ଗ୍ରାମ ଆଦିବାସୀ ବହୁଳ ଗ୍ରାମ । ସରକାରଙ୍କ ନିୟମ ଅନୁସାରେ ମାଡା ଗ୍ରାମରେ ରାସ୍ତା, ଆବାସ ଯୋଜନା ସହିତ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହେବା କଥା । କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁଁ ସ୍ୱାଧୀନତା ପରବର୍ତୀ ଚିତ୍ର ଯାହାଥିଲା ଏବେ ବି ସେମିତି ରହିଛି । ବିକାଶ ବିକାଶରେ ହିଁ ରହିଯାଇଛି ।

ଏ ବିଷୟରେ ବୋଡ଼େନ ବିଡିଓ ପ୍ରିୟରଞ୍ଜନ କୁମାରଙ୍କୁ ଯୋଗାଯୋଗ କରାଯିବାରୁ ମୁଁ ମଧ୍ୟ ଉକ୍ତ ଗ୍ରାମକୁ ଯାଇଛି ଓ ସେହି ଗ୍ରାମର ରାସ୍ତା ଦୁରାବସ୍ଥା ଦେଖିଛି । ଅତିଶୀଘ୍ର ରାସ୍ତା ମରାମତି କରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Related Articles

Leave a Reply

Your email address will not be published.

Back to top button