ମୃତ୍ୟୁ ମୁଖରୁ ବର୍ତ୍ତିଗଲେ କରମଣ୍ଡଳର ଦୁଇ ଲୋକୋ ପାଇଲଟ୍, ଗୁରୁତର ଅବସ୍ଥାରେ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ

ଖୋର୍ଦ୍ଧା : ଗତ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ଵର ଜିଲ୍ଲା ବାହାନଗା ଅଞ୍ଚଳରେ ଛାତିଥରା ରେଳ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୨୭୫ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳୁଛି। ତେବେ ଏହି ଦୁର୍ଘଟଣାରେ କରମଣ୍ଡଳ ଏକ୍ସପ୍ରେସର ଦୁଇ ଲୋକୋ ପାଇଲଟ ଏବେ ଆହତ ହୋଇ ଭୁବନେଶ୍ଵରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ୍ ଗୁଣନିଧି ମହାନ୍ତି ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ହଜାରୀ ବେହେରା ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କ ମୁଣ୍ଡ, ବେକ ଓ ଛାତିରେ ଗଭୀର ଆଘାତ ଲାଗିବା ସହ ସେମାନେ ସଜ୍ଞାହୀନ ଅବସ୍ଥାରେ ଅଛନ୍ତି । ଗୁଣନିଧି ଭୁବନେଶ୍ଵରରେ ରହୁଥିବା ବେଳେ ହଜାରୀ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ସୋରଣ ଗ୍ରାମର ବାସିନ୍ଦା । ହଜାରୀ ବେହେରା ଓ ତାଙ୍କର ଧର୍ମପତ୍ନୀ ଉଭୟ ଲୋକୋ ପାଇଲଟ୍ ବୋଲି ଜଣାପଡିଛି । ହଜାରୀ କରମଣ୍ଡଳ ଟ୍ରେନ୍ରେ ଲୋକୋ ପାଇଲଟ୍ ଭାବେ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ତାଙ୍କ ଧର୍ମପତ୍ନୀ ଅନ୍ୟ ଏକ ଟ୍ରେନ୍ରେ ଲୋକୋ ପାଇଲଟ୍ ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *