ପୁରୀ: ପଶୁ ବଦଳରେ ଖୁଆ ବଳିରେ ସନ୍ତୁଷ୍ଟ ଭୋଦର ଗ୍ରାମର ମା’ ଦକ୍ଷିଣକାଳୀ। ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ମା କାଳୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ଶ୍ରଦ୍ଧାଳୁମାନଙ୍କ ମାନସିକ ପୂରଣ ପାଇଁ ବିଭିନ୍ନ ସ୍ଥାନରେ ମାଙ୍କ ପାଖରେ ବଳି ଦିଆଯାଇଥାଏ। ହେଲେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅଧୀନ ଭୋଦର ଗ୍ରାମରେ ଘୋଷଲ ପରିବାର ପକ୍ଷରୁ ନିଆରା ପରମ୍ପରା ମଧ୍ୟରେ ଅନୁଷ୍ଠିତ ହୋଇଥାଏ। ମା କାଳୀଙ୍କ ପୂଜା। ଏଠାରେ ପଶୁ ବଦଳରେ ଦିଆ ଯାଇଥାଏ କ୍ଷୀରରେ ପ୍ରସ୍ତୁତ ଖୁଆରେ ନିର୍ମିତ ପଶୁ ବଳି। ଆସନ୍ତୁ ନଜର ପକାଇବା ନିଆରା ପରମ୍ପରା ଉପରେ ।
ରାଜ୍ୟବ୍ୟାପ୍ତୀ ଚାଲିଛି ମା କାଳୀଙ୍କ ପୂଜା। ପୁରୀ ନିମାପଡାସ୍ଥିତ ଭୋଦର ଗ୍ରାମରେ ନିଆରା ଢଙ୍ଗରେ ପାଳନ କରାଯାଏ ଏହି ପର୍ବ। ତେବେ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନମାନଙ୍କରେ ମାଙ୍କ ପାଖରେ ପଶୁ ବଳି ଦେବାର ପ୍ରଥା ଥିବା ବେଳେ ଏଠାରେ ୩୦ ହଜାର ଲିଟର କ୍ଷୀରରେ ପ୍ରସ୍ତୁତ ଖୁଆରେ ଛାଗଳ ପ୍ରତିମୂର୍ତ୍ତି କରାଯାଇ ମାଙ୍କ ପାଖରେ ବଳି ପଡିଥାଏ। ତେବେ ପ୍ରାୟ 1307 ଖ୍ରୀଷ୍ଟାଦ୍ଧ ରୁ ଏହି ପରମ୍ପରା ଚାଲି ଆସୁଛି। ତେବେ ପଶୁ ନୁହେଁ ବରଂ ଖୁଆ ବଳିରେ ସନ୍ତୁଷ୍ଟ ହୋଇଥାନ୍ତି ମା। ଏହି ନିଆରା ପରମ୍ପରା ଦେଖିବାକୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ।
ସେହିପରି ନିମାପଡାର ଅନ୍ୟ ଏକ ପୀଠ ପାଟପୁର ଠାରେ ମଧ୍ୟ ମାଙ୍କୁ ସ୍ୱତନ୍ତ୍ର ବଙ୍ଗୀୟ ତନ୍ତ୍ର ପୂଜାରେ ମାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। କୋଲକାତାର କାରିଗର ଏଠାରେ ମାଙ୍କ ମୂର୍ତ୍ତି ତିଆରି କରିଥିବା ବେଳେ ବଙ୍ଗୀୟ ପୂଜକ ପୂଜା ପାଠ କରିଥାନ୍ତି। ଏଠାରେ ମାଙ୍କ ବିଶେଷତ୍ୱ ହେଲା ମାଙ୍କ ପାଖରେ ଜୟ ଆଳତି ମାନସିକ କଲେ ସମସ୍ତ ମାନସିକ ପୂରଣ ହେବାର ବିଶ୍ୱାସ ରହିଛି। ଏହାଛଡ଼ା ଏଠାରେ ମଦ ,ମାଛ, ମହାପ୍ରସାଦ ଏକା ସାଙ୍ଗରେ ମାଙ୍କୁ ଭୋଗ ଦିଆଯାଇଥାଏ। ବିଳମ୍ବିତ ରାତିରେ ମାଙ୍କ ପାଖରେ ସ୍ୱତନ୍ତ୍ର ପୂଜା କରାଯାଇ ଗୋଟିଏ ଛାଗଳ ବଳି ପଡି ଥାଏ।
ନିମାପଡାର ଭୋଦର ଅଂଚଳର ଏହି ନିଆରା ଖୁଆ ବଳିର ପରମ୍ପରା ଅନ୍ୟ ଦେବୀ ପୀଠ ଠାରୁ ସ୍ୱତନ୍ତ୍ର। ୩୦ ହଜାର ଲିଟର କ୍ଷୀରରେ ପ୍ରସ୍ତୁତ ଖୁଆରେ ଛାଗଳ ପ୍ରତିମୂର୍ତ୍ତି ଦେଖିବା ପାଇଁ ରାଜ୍ୟର ଏବଂ ରାଜ୍ୟ ବାହାରୁ ଧାଇଁ ଆସିଥାନ୍ତି ଶ୍ରଦ୍ଧାଳୁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now