ଓଡ଼ିଶା

କମେଣ୍ଟ ମରାକୁ ନେଇ ଯୁବକଙ୍କୁ ମାଡ ସହ ଲଣ୍ଡା କରି ବୁଲାଇଲେ ଲୋକେ

ତାଳଚେର: କମେଣ୍ଟ ମରାକୁ ନେଇ ଯୁବକଙ୍କୁ ନିର୍ଧୁମ ମାଡ।  ମାଡ ସାଙ୍ଗକୁ ଅଭିଯୁକ୍ତକୁ  ଲଣ୍ଡା କରି, ବେକରେ ଚପଲ ମାଳ ଝୁଲାଇ ବୁଲାଗଲା ଗାଁ। ତେବେ ଏହି ଦଣ୍ଡ କୌଣସି ନ୍ୟାୟିକ ବ୍ୟବସ୍ଥା ଭିତରେ ହୋଇନି, ହୋଇଛି କଙ୍ଗାରୁ କୋର୍ଟରେ। ଏପରି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅଧୀନରେ।

ଗୁରୁବାର ତାଳଚେର ଥାନା ବାଲୁଙ୍ଗା ଗାଁର କିଛି  ଛାତ୍ରୀ କଲେଜ ଯାଉଥିବା ବେଳେ ମୁଣ୍ଡା ହଟିଙ୍ଗର ୩ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ସେମାନଙ୍କୁ କମେଣ୍ଟ ମାରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଘରକୁ ଫେରି ଛାତ୍ରୀମାନେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଲେ।  ଏହାକ ନେଇ ଗାଁରେ ଦେଖାଦେଇଥିଲା ଉତ୍ତେଜନା। କମେଣ୍ଟ ମାରୁଥିବା ଯୁବକମାନଙ୍କୁ ପାନେ ଦେବାକୁ ଯୋଜନା କରାଗଲା।

ଶୁକ୍ରବାର ଛାତ୍ରୀମାନେ କଲେଜ ଯାଉଥିବା ବେଳେ ସମ୍ପୃକ୍ତ ୩ ଯୁବକ ସେମାନଙ୍କୁ କମେଣ୍ଟ ମାରିଥିଲେ। ଏହା ପରେ ଛାତ୍ରୀଙ୍କ ପଛରେ ଆସୁଥିବା ଗାଁ ଲୋକେ ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ୨ ଜଣ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ କିନ୍ତୁ ଜଣେ ଗାଁ ଲୋକଙ୍କ ହାବୁଡରେ ପଡିଯାଇଥିଲେ। ସେହି ଯୁବକଙ୍କୁ ଗାଁ ପଡିଆକୁ ନେଇ ବହେ ଉତ୍ତମ ମଧ୍ୟମ ଦିଆଗଲା। ତାକୁ  ଏକ ବେଣ୍ଟିଆ କରି ତାର ବେକରେ ଚପଲ ମାଳ ପକାଇ ଗାଁରେ ବୁଲା ଗଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେହି  ଯୁବକକୁ ଉଦ୍ଧାର କରିଥିଲା।

Leave a Reply

Your email address will not be published.

Back to top button