ଅଟୋ ଦର ନିର୍ଦ୍ଧାରିତ ସହ ମୋ ବସ ଚଲ ପ୍ରଚଳ ନେଇ ଦାବି

Spread the love

ଜୟପୁର : ଜୟପୁର ନାଗରିକ କମିଟି ତରଫରୁ ଅଟୋ ଦର ନିର୍ଦ୍ଧାରିତ କରିବା ସହ ସହରରେ ମୋ ବସ ଚଳ ପ୍ରଚଳ କରିବାକୁ ଦାବି କରାଯାଇଛି । ଏନେଇ ନାଗରିକ କମିଟିର ସଭାପତି ମିନ କେତନ ଦାସ ଜୟପୁର ଉପ ଜିଲାପାଳ ବେଦ ବର ପ୍ରଧାନଙ୍କୁ ଦାବି ପତ୍ର ପ୍ରଦନ କରିଛନ୍ତି । ଜୟପୁର ଠାରୁ ଜିଲା ଚିକିତ୍ସାଳୟ, ରେଳ ଷ୍ଟେସନ, ଏୟାର ପୋର୍ଟ, ଆଦର୍ଶ ବିଦ୍ୟାଳୟ ବସ ଷ୍ଟାଣ୍ଡ ଠାରୁ ବହୁ ଦୂରରେ ରହିଛି । ଲୋକ ମାନେ ଚାଲିକି ଯାଇ ପାରୁ ନାହାଁନ୍ତି । ଅଧିକା ଦର ଦେଇ ଅଟୋରେ ଯିବାକୁ ପଡୁଛି । ଅଟୋରେ କାହାରି ମିଟର ନାହିଁ । ଅଟୋ ଚାଳକ ମାନେ ମନ ଇଛା ଟଙ୍କା ଦାବି କରୁଛନ୍ତି । ଏହା ସହ ଅଟୋ ଚାଳକ ମାନେ ଅଧିକା ଟଙ୍କା ଦାବି କରୁଛନ୍ତି । ଯାତ୍ରୀ ମାନେ ହଇରାଣ ହରକତ ହେଉଛନ୍ତି । ସେଥି ପାଇଁ  ମୋ ବସ ଗୋଟିଏ ଚଳା ଚଳ କରିବାକୁ ନାଗରିକ କମିଟିର ସଭାପତି ମିନ କେତନ ଦାସ ଦାବି କରିଛି । ଏନେଇ ଜୟପୁର ଉପ ଜିଲାପାଳ ପ୍ରଧାନ ଦାବି ପତ୍ର ଗ୍ରହଣ କରି ପଦକ୍ଷେପ ନେବାକୁ ପ୍ରତିଶ୍ରୃିତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *